ସ୍ୱାଧୀନତା ଦିବସ
ସ୍ୱାଧୀନତା ଦିବସ
ପଞ୍ଚସ୍ତରୀ ପୁରି ଛଅ ସ୍ତରି ହେଲା
ସ୍ୱାଧୀନତା ହେଲା ଆମେ
କେତେ କେତେ ଜୀବନ ଯାଇଛି
ଏହି ସ୍ଵାଧୀନ ସଂଗ୍ରାମେ ।
ହସ ଖୁସି ସବୁଆଡେ ଆଜି
ଆନନ୍ଦ ବି ଲାଗେ ମନ
ସ୍ୱାଧୀନତା ର ଅମୃତ ଉତ୍ସବ
ପାଲେ ଏ ଜଗତ ଜନ ।।
ବ୍ରିଟିଶ ଶାସନ ଅଧୀନରେ ଥିଲା
ଏଇ ଜେ ଆମ ଦେଶ
କେତେ ଲାଠି ମାଡ଼ କେତେ ଅତ୍ୟାଚାର
ପାଉଥିଲେ ଆମେ କ୍ଳେଶ ।
ଧନ୍ୟ ସୁବାସ ଧନ୍ୟ ସେ ସଂଗ୍ରାମୀ
ଧନ୍ୟ ଧନ୍ୟ ଭାରତ ବିର
ମାତୃଭୂମିକୁ ବଞ୍ଚାଇ ରଖିଲେ
ନ ନୁଆଁଇ ତାଙ୍କ ଶିର ।।
ଭାରତ ମାତର ଅମୃତ ସନ୍ତାନ
ରଖିଲ ଏ ଦେଶର ଟେକ
ତୁମ ପାଇଁ ଆଜି ପାଳନ କରୁଛି
ସ୍ୱାଧୀନତା ଦେଶଯାକ ।।
