STORYMIRROR

Bhagyabanta Mahaling

Romance Fantasy Children

3  

Bhagyabanta Mahaling

Romance Fantasy Children

ମୋ ଝିଅ ପାଇଁ

ମୋ ଝିଅ ପାଇଁ

1 min
210

ଧନ୍ୟ ହେଲା ମୋର ଜୀବନ ଆଜି

 ପାଇଲି ଅମୂଲ୍ୟ ଧନ

ଖୁସିରେ ଆଜି ମୁଁ ନାଚି ଉଠିବି

 ପ୍ରଫୁଳିତ ତନୁ ମନ ।

କେଉଁ ଜନମେ କି ପୁଣ୍ୟ କରିଥିଲି

 ପାଇଲି ଧନରେ ତତେ

ବଦନ ତୋହର ଅନାଇଲେ ଥରେ

 ଆନନ୍ଦିତ ଲାଗେ ସତେ ।।

ଶୁଷ୍କ ତୃଣ ପରି ଥିଲା ମୋ ଜୀବନ

  ବାଟ ଚାହିଁ ଚାହିଁ ତୋର 

ପୁଷ୍ପବର୍ଷୁ ଥାଉ ସଦା ଚଲା ପଥେ 

 ଏତିକି ପ୍ରାର୍ଥନା ମୋର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance