ଶୁନ ସରକାର
ଶୁନ ସରକାର
କାଏଁ କରୁଛ ସରକାର୍ ତୁମେ ହୋ
ଯୋଜନା ସବୁ ତୁମର୍ ଫେଲ୍
ଗରିବ୍ କେ ତୁମେ ନର୍ଦେଇ କରି
ଖେଲୁଛ କାଏଁ ଯେ ଖେଲ୍ ।
ଜୁଆନ୍ କେ ଦଉଛ ଭତ୍ତା ତୁମେ
ବୁଢା ହେଉଛେ ଥେତା
ଆଏଁଖ୍ ଥାଇ ତୁମେ ଅନ୍ଧ ହୋ
ଧନୀର୍ ଏକା ତୁମେ ନେତା ।
ଲେଟ୍ରିନ୍ ବାଥ୍ରୁମ୍ ଦେଲ ସର୍କାର୍
କିଛି ଲାଭ୍ ନାଇଁ ଦେଲା
ଅଧା ଦିନିଆଁ ହେଇଗଲା ସତେ
ପୁରା ଧସ୍କି ଗଲା ।
ଠିକାଦାର୍ ସାଙ୍ଗେ ମନ୍ତ୍ରୀ ଯନ୍ତ୍ରୀ
ପଇସା ଖିଆ ଖେଲ୍
ସ୍ଵଚ୍ଛ ଭାରତ୍ ଯୋଜନା ତୁମର୍ ପୁ
ବୁନ୍ଧୁ ଟିିପିକେ ଫେଲ୍ ।
ଉପରେ ଉପରେ ଦେଖେଇ ହଉଛ
କାମ୍ କରୁଛୁଁ ଭଲ୍
ଯୋଜନା ଉପରେ ଯୋଜନା କରୁଛ
ସବୁ ହଉଛେ ତଲ୍ ।
ଧଏନ୍ ଧଏନ୍ ହୋ ସର୍କାର୍ ତୁମେ
ଧଏନ୍ ତୁମର୍ ରାଜ୍ ନୀତି
ଅନ୍ଧାର୍ କେ ସିନେ ଉକିଆଁ କର୍ତ
ଦିନେ ଜାଲୁଛ ବତି ।
ଜନତା କେ କହୁଛ ତୁମେ
ଆପଣ୍ ମାନେ ଖୁସି ତ
ଆମେମାନେ ଗରିବ୍ ହେବାର୍ ପଛେ
ତୁମେ ଏକା ଦୂଷିତ ।
