Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangadhara Dalai

Tragedy

5.0  

Gangadhara Dalai

Tragedy

ପ୍ରତିଶ୍ରୁତି ପ୍ରତି ଧ୍ୟାନ ଦେବ

ପ୍ରତିଶ୍ରୁତି ପ୍ରତି ଧ୍ୟାନ ଦେବ

1 min
469


ପ୍ରତୀକ୍ଷା ତୁମ ପ୍ରତିଶ୍ରୁତିର

ସୁଚାରୁରୂପେ ସମ୍ପାଦନକୁ

ପ୍ରତୀକ୍ଷିତ ବର୍ଷେ ପ୍ରାୟ

ଯୋଜନାର କାର୍ଯ୍ୟକ୍ଷମକୁ ।


ଅତୀତ କି ଏତେ କ୍ଲାନ୍ତ

ସୁପ୍ତ ତାର ଅବସ୍ଥିତି

ଭବିଷ୍ୟତ ଥିଲା ଯଦି ଭରସା ବାହାରେ

ରଚିଲ କିଆଁ ଏହି କୀର୍ତ୍ତି ।


ଧ୍ୟାନ ଦିଅ

କାଳେ ସେ ପ୍ରତିଶ୍ରୁତି ଆଉ

କାଳର କରାଳ ଚକ୍ରବ୍ୟୁହରେ

ଛନ୍ଦି ହେଇ ନଯାଉ ।


ମୁଁ ତ କହୁଥିବି

ନା ତୁମେ ଶୁଣୁଛ

ତୁମେ ନ ଶୁଣୁଥାଇପାର

ତଥାପି ମୁଁ କହୁଥିବି

ତୁମର ସେ ପ୍ରତିଶ୍ରୁତି ପ୍ରତି ଧ୍ୟାନଦେବ

ହଁ ଟିକେ ଧ୍ୟାନଦେବ ।


Rate this content
Log in

Similar oriya poem from Tragedy