Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangadhara Dalai

Romance

5.0  

Gangadhara Dalai

Romance

ଅସଜଡ଼ା ସ୍ୱପ୍ନ

ଅସଜଡ଼ା ସ୍ୱପ୍ନ

1 min
360


ଅପ୍ରସ୍ତୁତ ମୁଁ ଏ ସ୍ୱପ୍ନକୁ ସାକାର କରିବା ପାଇଁ

ସାକାର ବା ହବ କେମିତି

ତୁମ ପଛଘୁଞ୍ଚା ତ ମତେ ବ୍ୟଥିତ କରିଛି

ମନେ ତ ଆଶା ଆଶଙ୍କା ହିଁ ଭର୍ତ୍ତି ।


ସ୍ମୃତି ରୂପକ କନା ଖଣ୍ଡିକକୁ ରଖିଛି ସାଇତି

କର୍ପୁର ହେଇ ତ ତମେ ଉଡିଯାଇଛ

ସ୍ମୃତିକୁ ସାଇତି ରଖି କେତେ ବା ଧାଇଁବି

ପରିଶେଷେ ଦେଖା ହେଲେ

କହିବନି ତ କେତ ପାଇଛ ।


ତୁମ ସହ ସ୍ୱପ୍ନ ଦେଖିଥିଲି

ସ୍ୱପ୍ନ ବି ସମ୍ପୂର୍ଣ୍ଣ ମୋର ନଥିଲା

ସାକାରରେ ତ ତୁ ହସ୍ତକ୍ଷେପ ଲୋଡ଼ା

ନହେଲେ ଜାଣିରଖ ପ୍ରାଣସହି

ସ୍ଵପ୍ନ ତ ହେବ ହିଁ ହେବ ହାତଛଡା ।


ତୁମେ ମୁଁ ପରିପୁରକ

ତୁମ ବିନା ମୁଁ ନିରର୍ଥକ

ହାତରେ ହାତ ମିଶିଲେ ହିଁ ତ

ହାତେଇବା ଆମ ସ୍ୱପ୍ନ ସନ୍ତକ ।


ଛାଡ଼ ସେ କଥା..

ଏଇ ବୋଧେ ମୋ ଭାବ ପ୍ରବଣତା

ଏ ସ୍ୱପ୍ନ ତ ସ୍ୱପ୍ନ ହେଇ ରହିଯିବ

ଆଉ ସମୟ କହିବ

ଇଏ ତୁମର ନା ମୋର ଅପାରଙ୍ଗମତା ।



Rate this content
Log in

Similar oriya poem from Romance