STORYMIRROR

Gangadhara Dalai

Abstract

2  

Gangadhara Dalai

Abstract

ଓଡ଼ିଆ ପୁଅ ନୁହେଁ କାହାଠୁ କମ

ଓଡ଼ିଆ ପୁଅ ନୁହେଁ କାହାଠୁ କମ

1 min
255

ମୁଁ ଓଡ଼ିଆ ପୁଅ ନୁହେଁ କାହାଠୁ କାମ

ମୋ ହାତରେ ଅଛି ଶତ ସିଙ୍ଘର ଦମ

ମୋ ମାଟି ମୋ ପାଣି ମୋ ପବନରେ

ଲେଖା ବୀରତ୍ବର ଗାହାଣୀ

ବନ୍ଦେ ଉତ୍କଳ ଜନନୀ

ଚିର ସବୁଜ ସେ ବୀରତ୍ବର ଗାଥା

ଲେଖିଛି ଓଡ଼ିଆ ପୁଅ

ପାଇକ ପୁଅର ରଣହୁଙ୍କାରରେ

ଥରିଛି ବିଦେଶୀ ଦେହ

ଆଜାଦ ହିନ୍ଦ ଫୌଜ ଗଢିଲେ

ଏ ମାଟି ସୁବାଷ ବୋଷ

କାଳ ବିଜୟୀ ବାଜି,ଧର୍ମପଦ

ରଚିଗଲେ ଇତିହାସ

ମୋ ମନ ମୋ ପ୍ରାଣ ମୋ ହୃଦୟରେ 

ଅଙ୍କା ହେଇଚି ତା ଚାହାଣି

ବନ୍ଦେ ଉତ୍କଳ ଜନନୀ

ଓଡ଼ିଆ ପୁଅଟେ ସୁପ୍ରିମ କୋର୍ଟରେ

ପ୍ରଧାନ ବିଚାରପତି

ଓଡ଼ିଆ ପୁଅଟେ କାଗଜ ନୋଟରେ

ଦସ୍ତଖତ କରେ ନିତି

ଓଡିଶା ମାଟିର ମୁଖ୍ୟ ମନ୍ତ୍ରୀ ଆଜି

ଭାରତରେ ସର୍ବଶ୍ରେଷ୍ଠ

ଦୌଡ଼ି ରାଣୀ ଦୁତିଚାନ୍ଦକୁ ଦେଖିଲେ

ଏ ମାଟି ମହାନତା ସ୍ୱଷ୍ଟ

ତା ଭାଷା ତା କଳା ତା ସଂସ୍କୃତିରେ

ବନ୍ଧା ଓଡ଼ିଆ ଭାଇ ଭଉଣି

ବନ୍ଦେ ଉତ୍କଳ ଜନନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract