ସ୍ୱର୍ଣ୍ଣ ପରୀ ତୁ
ସ୍ୱର୍ଣ୍ଣ ପରୀ ତୁ
ସ୍ୱର୍ଣ୍ଣ ପରୀ ତୁ ସ୍ୱର୍ଣ୍ଣ ସାରୀ ତୁ
ସ୍ୱର୍ଣ୍ଣ ତୋର ତନୁମନ
ସ୍ୱର୍ଣ୍ଣ ବାରିରେ ସ୍ନାନ କରିଛୁ କି?
ବର୍ଣ୍ଣ ଦିଶେ ତୋର ସ୍ୱର୍ଣ୍ଣ ।
ପୂର୍ଣ୍ଣ ଜହ୍ନ ପରି ସ୍ୱର୍ଣ୍ଣ ତୋ ବଦନ
ଦେଖୁଚି ମୁଁ ତନ୍ନ ତନ୍ନ
ଅକ୍ଷୁର୍ଣ୍ଣ ରହୁ ସେ ସ୍ଵର୍ଣ୍ଣ ପୂର୍ଣ୍ଣ ଜହ୍ନ
ତୋଷି ନେଉ ଜନମନ ।
ସ୍ୱର୍ଣ୍ଣ ନୁହେଁ ସାନ ଏଇ ମୋର ମନ
ଅଟଇ ସେ ଜରାଜୀର୍ଣ୍ଣ
କର୍ଣ୍ଣ ଡେରି ଶୁଣେ ତୋ ସ୍ୱର୍ଣ୍ଣ ସ୍ଵନକୁ
କର୍ଣ୍ଣ ମୋ କରେ ପ୍ରସନ୍ନ ।
ଶୂନ୍ୟ ଆକାଶେ ସ୍ୱର୍ଣ୍ଣ ଇନ୍ଦ୍ରଧନୁ
ମଣିଲି ତୋ ଠାରୁ ସାନ
ପୂର୍ଣ୍ଣ ଜହ୍ନ ଦେହେ ରହିଅଛି ଚିହ୍ନ
ହେଲେ ତୁ ଚିହ୍ନ ହୀନ ।
ବନ ବର୍ଣ୍ଣ ବି ସ୍ୱର୍ଣ୍ଣ ହେଇଯିବ
ପାଇଲେ ତୋ ଚୁମ୍ବନ
ବର୍ଣ୍ଣିଲେ ଯେତେ ମୁଁ ବର୍ଣ୍ଣନା ତୋର
ପାଉନାହିଁ ମୋ ମନ ।
ସ୍ଥାନ ଛାଡି ଉଡେ ଗଗନେ ମୋ ମନ
ଦେଖିଲେ ତତେ ନୟନ
ତୋ ବର୍ଣ୍ଣ ସ୍ୱର୍ଣ୍ଣ କରି ଧନ୍ୟ କରିବାରୁ
ଧନ୍ୟ ହେ ଭଗବାନ ।