STORYMIRROR

Gangadhara Dalai

Abstract Classics Inspirational

3  

Gangadhara Dalai

Abstract Classics Inspirational

ମୋର ବାଟ ହୁଡା ପାଦ

ମୋର ବାଟ ହୁଡା ପାଦ

1 min
12.1K

ମୋର ବାଟ ହୁଡା ପାଦ ଦୁଇଟିକୁ

ବାଟକୁ ନେଇ ଆସ..

ଯେଉଁ ବାଟଦେଇ ତୁମ ବଡ଼ ଦଣ୍ଡ

ଯେଉଁ ବାଟଦେଇ ତୁମ ଶରଧା ବାଲି

ଆଉ ଯେଉଁ ବାଟଦେଇ ବୈକୁଣ୍ଠ ପୁର ପଡିବ ।।


ମୋର କୁକର୍ମ କାରୀ ହାତ ଦୁଇଟିକୁ

ସୁକର୍ମ ରେ ନିୟୋଜିତ କର

ଯେଉଁ କର୍ମ ସାରା ଆଧ୍ୟାତ୍ମିକ ଭାବ ଥିବ

ଯେଉଁ କର୍ମ ସାରା ଶାରୀରିକ ଶ୍ରମ ଥିବ

ଆଉ ଯେଉଁ କର୍ମ ମୋ ମାନବ ଜନ୍ମକୁ ସାର୍ଥକତା ଦେବ ।।


ମୋ ବିଳାସ ପୂର୍ଣ୍ଣ କଳୁଷିତ ମନଟାକୁ

ତୁମ ପାଦ ପଦ୍ମରେ ଧ୍ୟାନ ମଗ୍ନ କରିଦିଅ

ଯେଉଁଥିରେ ତୁମ ସାନିଧ୍ୟ ଟିକେ ମିଳିବ

ଯେଉଁଥିରେ ମୋ ଔଧତ୍ୟ ପଣ ଭାଙ୍ଗିବ

ଆଉ ଯେଉଁଥିରେ ତୁମେ ମୋର ଆରାଧ୍ୟ ସାଜିବ ।।


ମୋ ଅପକର୍ମ ଦ୍ରଷ୍ଟା ବେନି ନୟନରୁ

ତୁମ ପାଇଁ ଭାବ ବିହ୍ଵଳିତ ଅଶ୍ରୁ ଧରେ ଝରେଇ ଦିଅ

ଯେଉଁ ଅଶ୍ରୁରେ ମୋ ମୋହ ମାୟା ଭାସିଯିବ

ଯେଉଁ ଅଶ୍ରୁରେ ମୋ ଗର୍ବ ଭାଙ୍ଗିରୁଜି ଯିବ

ଆଉ ଯେଉଁ ଅଶ୍ରୁରେ ତୁମ ପଦ ପଲ୍ଲବ ବି ଧୋଇ ହେଇଯିବ ।।


ମୋ ଅକର୍ମଣ୍ୟ ଶରୀରର

ପ୍ରତିଟି ଅଙ୍ଗକୁ ତୁମଠେ ସମର୍ପଣ କଲି

ଅସଜଡ଼ା ଭାବି ସଜାଡି ଦେଇପାର

ବର୍ଜ୍ୟବସ୍ତୁ ଭାବି ଫୋପାଡ଼ି ଦେଇପାର

ଅପେକ୍ଷା ତୁମ ହସ୍ତକ୍ଷେପର ହେ କଳା ଠାକୁର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract