STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଆଶା ନିରାଶାର

ଆଶା ନିରାଶାର

1 min
158

 ଆଶା ନିରାଶାର ଦୋ ଛକିରେ ଆଜି

    ମଣିଷ ବଞ୍ଚୁଛି ଏଠି

  କିଏ ସାଜେ ମହାଦ୍ରୁମ ତ ନିଜକୁ

   କିଏ ପୁଣି କୁଟା କାଠି ।


  ଆଶାର ଆଲୋକ ଜଳେ ଦିକି ଦିକି

   ନିରାଶାର ଅନ୍ଧକାର ପାରେନି ଦେଖି

   ମଣିଷ ଭାବୁଛି ନିଜକୁ ଚତୁର

    ପ୍ରକୃତି କିନ୍ତୁ ତା ଠାରୁ ବୁଦ୍ଧିରେ ପ୍ରଖର

   ଆଶା ନିରାଶାର ଦ୍ଵନ୍ଦ୍ଵ ମଧ୍ୟେ

    ମଣିଷ ଖୋଜୁଛି ଆପଣାର ଖୁସି 

   ମାତୃଭାଷା ମାତୃଭୂମି କିନ୍ତୁ

    ଏ ସ୍ଵାର୍ଥୀ ମଣିଷ ପାଖରେ

     ଯାଇଅଛି ଆଜି ଫସି ।


    ଜନ ମନ ଆଜି ହୋଇଛି ବିକୃତ

    ମଣିଷ ଭୁଲିଛି ତା'ର ସଂସ୍କାର ସଂସ୍କୃତ

    ମାତୃଭୂମି ମାତୃ ଜାତି ଏବେ ଆତଙ୍କିତ

    ନ୍ୟାୟ, ଧର୍ମ, ସତ୍ୟ ସର୍ବେ ଭୟଭୀତ

     ମଣିଷ ଜାତି ଆଜି ନୁହେଁ ସୁରକ୍ଷିତ

   ଧରିତ୍ରୀ ମାତା ମନେ ନାହିଁ ଖୁସି

     ପ୍ରକୃତି ପରିବେଶ ସବୁ ଧ୍ଵଂସି

    ମଣିଷ ଖୋଜୁଛି ଆଜି 

    ଶାନ୍ତି, ମୈତ୍ରୀ, ସଦ୍ଭାବନା ର ଖୁସି

   ମଣିଷ ଖୋଜୁଛି ଆଜି 

   ଏ ଧରା ଧନଧାମେ ତା'ର 

    ଶାରୀରିକ ମାନସିକ ଖୁସି

    ମଣିଷ ଖୋଜୁଛି ଆଜି ତା'ର ଖୁସି।

   

    ଆଶା ନିରାଶାର ଦୋ ଛକିରେ ଆଜି

    ମଣିଷ ବଞ୍ଚୁଛି ଏଠି

    କିଏ ସାଜେ ମହାଦ୍ରୁମ ତ ନିଜକୁ

     କିଏ ପୁଣି କୁଟା କାଠି

    ଜଳ, ସ୍ଥଳ, ବାୟୁ ଅଶାନ୍ତ ଆଜି

     ହେଲେ ମଣିଷ ଖୋଜୁଛି ଖୁସି 

    ଧରଣୀ ଯାଇଛି ରୁଷି

   କେବେ ବନ୍ୟା କେବେ ବାତ୍ୟା ଆସେ ପୁଣି

   କେବେ ମହାମାରୀ ରେ ମଣିଷ ଯାଉଛି ଫସି

   ଏତେ ଆଶା ନିରାଶା ମଧ୍ୟେ ମଣିଷ ଖୋଜୁଛି ଖୁସି ।


     

 


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract