STORYMIRROR

Mallika singh

Abstract

4  

Mallika singh

Abstract

ଭିନ୍ନ ଏକ ଶ୍ରବଣ କୁମାର

ଭିନ୍ନ ଏକ ଶ୍ରବଣ କୁମାର

1 min
369

ମୁଁ କି ସେଇ ଶ୍ରବଣ କୁମାର

ତୁମେ ମୋର ଅନ୍ଧ ପିତାମାତା....??

କାନ୍ଧ ରେ ଭାର ବୋହି

ପଥ ଚାଲେ ଯୋଜନ ଯୋଜନ

ଥକି ନାହିଁ ପାଦ ମୋର

ନାହିଁ କ୍ଳାନ୍ତି ନାହିଁ ଅବସାଦ

ନଥିଲା ବି କାନ୍ଧ ରେ ମୋ

ଭାର ବାହି ବ୍ୟଥା !


ପୃଥିବୀ ଠୁ ବଡ଼ ପରି 

ଲାଗୁଥିଲେ ମାତା

ପିତା ଲାଗୁଥିଲେ ବଡ଼

ଆକାଶ ଅପେକ୍ଷା !

ଆଜି କିନ୍ତୁ ଠିକ୍ ଓଲଟା...

ଅବାଞ୍ଛିତ ସ୍ବାର୍ଥ ପାଖେ

ବଳି ପଡେ ପିତାଙ୍କର ସ୍ନେହ ଶ୍ରଦ୍ଧା

ମା' ର ମମତା ।


ମୁଁ କି ସେଇ ଶ୍ରବଣ କୁମାର

ଟୋପା ଏ ଜଳ ପାଇଁ

ତୁମ ଲାଗି

ଶରାଘାତେ ଦେଇଛି ଜୀବନ

ଆଜି କିନ୍ତୁ ନାହିଁ ସେଇ ଦିନ

ଭୋକେ ତୁମେ ଆଉଁସୁଛ ପେଟ

ଖାଇଛି ମୁଁ ସ୍ଵାଦିଷ୍ଟ ବ୍ୟଞ୍ଜନ ।


ଦଶରଥେ ଦେଇଥିଲ ଯେଉଁ ଅଭିଶାପ

ଓଲଟିଲା ତୁମ ଭାଗ୍ୟେ ପୁଣ

ସ୍ଥାବର ଓ ଅସ୍ଥାବର ଭିଟାମାଟି ବିକି

କରିବି ମୁଁ ବିଦେଶ ଗମନ

ଜରା ନିବାସ ରେ ତୁମେ

ପୁତ୍ର ବିନା ହରାଇବ ପ୍ରାଣ ।


କ୍ଷମା କର କ୍ଷମା କର ଜନ୍ମଦାତା  

ଗର୍ଭଧାରୀ ଜନନୀ ମୋହର

ମୁଁ ନୁହଁଇ ତୁମର ସେ ପିତୃ ମାତୃ ଭକ୍ତ

ଆଜ୍ଞାଧୀନ ଶ୍ରବଣ କୁମାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract