ନବ ଯୌବନ
ନବ ଯୌବନ
ଅଣସର ଘରେ ରହିଲ ହେ ପ୍ରଭୁ
ଶ୍ରୀ ମନ୍ଦିର ଶିରୀ ହୀନ
ଭକତ ଫେରୁଛି ଦେଉଳ ଦୁଆରୁ
ନ ଦେଖି କଳା ବଦନ ।
ଜଗତ ର ନାଥ ହୋଇ ହେ ସାଆନ୍ତ
ଜ୍ଵର ରେ ପୀଡ଼ିତ ହେଲ
ସୁଗନ୍ଧ ଶୀତଳ ଜଳ କଲା ଭୋଳ
ଲୋଭେ ବେଶୀ ଗଧୋଇଲ ।
ଗ୍ରୀଷ୍ମ ଦହନ ରେ ଶୁଷ୍କ ଥିଲା ଦେହ
ନ ଚଳିଲା ଏତେ ପାଣି
ଥଣ୍ଡା କାଶ ଚ୍ଛିଙ୍କ ଏକାଠି ହୋଇଲା
ଜ୍ଵର କୁ ଆଣିଲା ଟାଣି ।
ନ ଋଚିଲା ଅନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନ
ଶୁଖା ଭୋଗେ ଦିନ ଗଲା
ଅଣସର ଘରେ ଫୁଲୁରି ତେଲ କୁ
ମୋଦକ ଓଷଧି ହେଲା ।
ପକ୍ଷେ ପରେ କଲ ନେତ୍ରୋନ୍ମୀଳନ
ଆଖିରେ କଜକ ନାଇ
ନବ ଯଉବନ ଦିବ୍ୟ ଦରଶନ
ଭୁବନ ରହିଛି ଚାହିଁ ।
ପାଟ ପିତାମ୍ବରି କସ୍ତୁରୀ ଚନ୍ଦନ
ଖଡ଼ି ଓ ବନକ ଲାଗି
କଜ୍ଜଳ ଲେପିତ ହେ ଚକା ନୟନ
କି ଶଦ୍ଦେ ଉପମା ଦେବି ।
ଭାଇ ହଳଧର ଭଉଣୀ ସୁଭଦ୍ରା
ହେମ କମନୀୟ ଠାଣି
ନବ ଯଉ ବନେ କର ବିମୋହିତ
ଆହେ ପ୍ରଭୁ ନୀଳମଣି ।
ପରମାଣିକ ଓ ସାହାଣ ମେଳା ରେ
ଦର୍ଶନେ ଭକତ ଭିଡ଼
ପତିତ ଜନଙ୍କୁ ଦରଶନ ଲାଗି
ଆଜିଠାରୁ ଧଡ ପଡ଼ ।
ନେତ୍ରୋତ୍ସବ ସାରି ନବ ଯଉବନେ
ଦିବ୍ୟ ଦରଶନ ଦେଇ
ବିଶ୍ଵ ନୟନ କୁ ବିମୋହିତ କରି
ଚାହିଁବ ଜଗତ ସାଇଁ ।