ମାଉସୀ ମାଆ
ମାଉସୀ ମାଆ
ଜରେ ଶୋଇଥିଲା କାଳିଆ ସୁନା
ଅନ୍ନ ଛୁଇଁ ବାକୁ କରିଲା ମନା
ପାଟିରେ ଅରୁଚି ଗନ୍ଧ
ମା ଆ ହାତ ରନ୍ଧା ଖାଇବା ପାଇଁକି
ଝୁରୁଥିଲା କଳା ଚାନ୍ଦ ।
ଭାଇ ଭଉଣୀ କୁ ସାଙ୍ଗରେ ଧରି
ଜନମ ବେଦୀ କୁ ଗଲା ବାହାରି
ନନ୍ଦିଘୋଷେ ଝୁଲି ଝୁଲି
ମାଉସୀ ମା ତାର ଚାହିଁ ରହିଥିଲା
ଦେଉଳ ଦୁଆର ଖୋଲି ।
ଭକତ ଭିଡ଼ରେ ପାହିଲା ଦିନ
ଉଙ୍କି ମରୁ ଥିଲା ଦ୍ଵିତୀୟା ଜହ୍ନ
ଧାଡ଼ି ପହଣ୍ଡି ରେ ଯାଇ
ଆଡ଼ପ ମଣ୍ଡପେ ବସିଲେ ତ୍ରିମୂର୍ତ୍ତି
ସଂଜ ବନ୍ଦାପନା ହୋଇ ।
ଖୁସି ରେ ମାଉସୀ ମନ ଉଚ୍ଛନ୍ନ
କୋଳକୁ ଫେରି
ଛି ରଙ୍କ ରତନ
ମା ଜାଣେ ପୁଅ ମନ
ହାତେ ଖୋଇ ଦେଲେ କ୍ଷୀରି ପୋଡପିଠା
ତା ସାଥେ ଅଭଡ଼ା ଅନ୍ନ ।
ଆଡ଼ପ ମଣ୍ଡପେ ମହକେ ବାସ
ଅନ୍ନ ଖାଇ ଜଗା ମୁହଁ ରେ ହସ
ଆହା କି ମଧୁର ସତେ
ମମତା ପରଶା ଅମୃତ ସରସା
ତା ସମ ନାହିଁ ଜଗତେ ।
ମାଉସୀ ମା ସ୍ନେହ ଶରଧା ପାଇଁ
ନଅ ଦିନ ଏଠି ରହିବ ସେହି
କରିବ ସେ ଗୋପ ଲୀଳା
ଭକ୍ତ ଭଗବାନ ମିଳନ ଆସର
ହସୁଥିବ ଚକାଡୋଳା ।
ଆଡ଼ପ ମଣ୍ଡପେ କଲେ ଦର୍ଶନ
ମିଳେ ଶତ କୋଟି ଜନ୍ମ ର ପୁଣ୍ୟ
ଭକତ ର ପ୍ରାଣ ଧନ
ନବ ଦିନ ରହି ନୀଳାଚଳେ ପୁଣି
ବାହୁଡ଼ିବେ ନୀଳ ଜହ୍ନ ।।