ନିଦାଘ କାଳ
ନିଦାଘ କାଳ
ବୈଶାଖ ଜ୍ୟେଷ୍ଠ ମାସ
ଋତୁ ଗ୍ରୀଷମ
ନିଦାଘ କାଳ ଲାଗେ
ବଡ଼ ବିଷମ।
ବହଇ ଝାଞ୍ଜି ବାତ
ହୋଇ ଉତ୍ତପ୍ତ
ଜଳ ଅଭାବେ ଜୀବ
ଜୀଵନ କଷ୍ଟ ।
ଶୁଖି ବସୁଧା ମାଟି
ହୁଏ ଦି ଫାଳ
ଗମ ଗାମ ଦେହରୁ
ବୁହଇ ଝାଳ ।
ପଥ ପ୍ରାନ୍ତେ ବାଟୋଇ
ହୁଅଇ କ୍ଳାନ୍ତ
ପାଦପ ଛାୟା ତଳେ
ତା ତନୁ ଶାନ୍ତ ।
କାକୁଡ଼ି ତରଭୁଜ
ଆଖୁ ର ରସ
କାଞ୍ଜି ତୋରାଣି ପାଣି
ମେଣ୍ଟାଏ ଶୋଷ ।
ପାଦ କୁ ଜୋତା ମୁଣ୍ଡ
ଉପରେ ଛତା
ଢିଲା ପୋଷାକ ଓଦା
ଗାମୁଛା ଠେକା।
ଥିଲେ ନ ଥାଏ ଭୟ
ଅଂଶୁଘାତ କୁ
ବିନା କାରଣେ ମନା
ଯିବା ପଦାକୁ ।
ଆମ୍ବ ପଣସ ପାଚି
ମହକେ ବାସ
ନୀଳାଚଳେ କାଳିଆ
ଚନ୍ଦନ ବେଶ ।
ଗ୍ରୀଷ୍ମ ଦହନ କ୍ଳାନ୍ତି
ଲାଘବ ପାଇଁ
ନରେନ୍ଦ୍ରେ ଚାପ ଖେଳେ
କଳା କହ୍ନେଇ ।
ନିଦାଘ କାଳ ଅନ୍ତେ
ଆଷାଢ଼ ମାସ
ଟିପି ଟିପି ବରଷା
ଗୁଣ୍ଡିଚା ଯାତ ।
ନିଦାଘ ଡାକି ଆଣେ
ବରଷା ରାଣୀ
ଫୁଲ ଫଳେ ହସଇ
ଧରଣୀ ରାଣୀ ।।