ଅଣସର ଘରେ କାଳିଆ
ଅଣସର ଘରେ କାଳିଆ
1 min
9
ଅଣସର ଘରେ ଶୋଇଛୁ କାଳିଆ
ଦେହେ ଖଇଫୁଟା ତାତି
ଦେଖି ତୋ କଷଣ କାଳିଆ ସୁନାରେ
ଫାଟି ଯାଏ ମୋର ଛାତି ।
ନିଜେ ତୁ କାଳିଆ ନିଜର କରତା
ନିଜକୁ କଷଣ ଦେଇ
ଜଗତ ଜନକୁ ଦେଖାଉଛୁ କିବା
ଦେହ ଥିଲେ କଷ୍ଟ ପାଇ ?
ଅମାନିଆ ହୋଇ ସ୍ନାନ ମଣ୍ଡପରେ
ଘଧୋଇଲୁ କିଆଁ ଏତେ
ସେ ଲାଗି ଭୀଷଣ ଜ୍ବରର କଷଣ
ଭୋଗ ହୁଏ ଆଜି ତୋତେ ।
ଜଡ଼ି ବୁଟି ପଥି ମୋଦକ୍ ବଇଦେ
ସେବନ୍ତି ସେବକ ଦ୍ୱିଜ
ସଅଳ ସଅଳ ଉଠିଯା ଅ ଧନ
ବଡ଼ଦାଣ୍ଡେ ରଥ ସଜ ।
ଚାହିଁଛନ୍ତି ଭକ୍ତ ଟାଣିବେ ତୋ ରଥ
ନେବେ ତତେ ଭିଡ଼ି ଭିଡ଼ି
ଟାହିଆ ପକେଇ ଝୁଲି ଝୁଲି ଯିବୁ
ପଣ୍ଡା ଛାଡୁଥିବେ ରଡ଼ି।
ମାଉସୀ ଘରକୁ ବୁଲିବାକୁ ଯିବୁ
ଭାଇ ଭଉଣୀ କୁ ଧରି
ମାଉସୀ ମା " ତୋର ଚାହିଁ ବସିଅଛି
କ୍ଷୀରି ପୋଡ଼ ପିଠା କରି ।