ଫୁଲୁରୀ ତେଲ
ଫୁଲୁରୀ ତେଲ
ଦେହ ରେ ଦହନ ପ୍ରକ୍ରିୟା
ରୋଗ ଭୋଗ ନିଶ୍ଚିତ
ଲୋଡ଼ା ସେବା ପଥି ଔଷଧି
ଉପଶମ ନିମିତ୍ତ ।
ମାନବୀୟ ଲୀଳା କରନ୍ତି
ଯେଣୁ ଜଗତ ସାଇଁ
ମାନବ ପରାଏ ଶରୀରେ
କଷ୍ଟ ଭୋଗ ହୁଅଇ।
ଅଦିନେ ଅଧିକ ଶୀତଳ
ଜଳେ କରିଲେ ସ୍ନାନ
ଭୋଗିବାକୁ ହେଲା ଜଗା କୁ
ଥଣ୍ଡା ଜ୍ବର କଷଣ ।
ଅନବସର ରେ ରହିଲେ
ଅନ୍ନ ଛୁଇଁ ଲେ ନାହିଁ
ଭକତ ଫେରିଲେ ଦୁଆରୁ
ଦରଶନ ନ ପାଇ ।
ନାନା ଚେର ମୂଳି ମୋଦକ
ବିଧି ମତେ ସେବନ
ଅଙ୍ଗ ଦରଜ କୁ ଫୁଲୁରୀ
ତେଲ ପଞ୍ଚମ ଦିନ ।
ମଧ୍ୟାହ୍ନ ଧୂପ ପରେ ପରେ
ବଡ଼ ଓଡ଼ିଆ ମଠ
ଷୋଳ ଶେର ତେଲ ପଠାନ୍ତି
ଯାହା ପୂର୍ବ ପ୍ରସ୍ତୁତ ।
ଘଣା ରାଶି ତେଲ ସାଥିରେ
ଫୁଲ ନାନାଦି ଚେର
ମାଟି ତଳେ ମାଟି ପାତ୍ର ରେ
ବର୍ଷେ ପରେ ବାହାର ।
ଚନ୍ଦନ କାଠ ବେଣା ଚେର
ଆଦି ସାତ ପ୍ରକାର
ଯୁଇ ଜାଇ ମଲ୍ଲୀ କେତକୀ
ଚର୍ତୁଦଶ ଜାତିର।
ଏକୋଇଶି ଫୁଲ ଫଳ ଯେ
ମିଶି ନାନାଦି ଚେର
ମିଶି ରାଶି ତୈଳ ସଙ୍ଗତେ
ମହୋଷଧି ର ଗୁଣ।
ହେରା ପଞ୍ଚମୀ ର ରାତିରୁ
ପୋତା ଥିଲା ଯତନେ
ଛାଣି ଛୁଣି ଶୁଦ୍ଧ କରିଲେ
ମଠ ମହନ୍ତ ମାନେ ।
ପ୍ରଭୂ ଙ୍କ ଶ୍ରୀ ଅଙ୍ଗ ମାଲିସ
ହୁଏ ଅର୍ଦ୍ଧ ନିଶା ରେ
ନାମ ଗୁପ୍ତ ସେବା ନ ପଡେ
କେବେ ଜନ ନେତ୍ରରେ ।
ଫୁଲ ର ସୁଗନ୍ଧ ଭରିଛି
ସେହି ତେଲ ରେ ପୁଣି
ଫୁଲ ପରି ଅଙ୍ଗ ଉଶ୍ୱାସ
ତେଣୁ ନାମ ଫୁଲୁରୀ ।
ପକ୍ଷେ ପରେ ପ୍ରଭୁ ସୁସ୍ଥ ଯେ
ହୋଇ ଥାନ୍ତି ସମ୍ପୂର୍ଣ୍ଣ
ନବ ଯୌବନେ ଦିଅନ୍ତି
ପୁଣି ଦିବ୍ୟ ଦର୍ଶନ ।
ଧନ୍ୟ ଧନ୍ୟ ବଡ ଓଡ଼ିଆ
ମଠ ମଠ ମହନ୍ତ
ନମଃ ନମ କଳା ଠାକୁର
ପ୍ରଭୂ ଶ୍ରୀ ଜଗନ୍ନାଥ ।