STORYMIRROR

Mallika singh

Abstract Tragedy

4  

Mallika singh

Abstract Tragedy

ଅଂଶୁଘାତ

ଅଂଶୁଘାତ

1 min
25

ବଡ଼ ବିଷମ ଏ ଗ୍ରୀଷମ

କାଳ ବଢ଼ଇ ତାତି

ବିଷୁବ ବୃତ୍ତ ରେ ମାର୍ତ୍ତଣ୍ଡ

କର ପ୍ରଖର ଅତି ।


ଜଳ ପାଇଁ ଜୀବ ଜଗତ

ହୁଅନ୍ତି ହନ୍ତ ସନ୍ତ

ବନ ତରୁ ଲତା ଝାଉଁଳେ

ପ୍ରାଣୀ ପ୍ରାଣ ପୀଡ଼ିତ ।


ଉତ୍ତପ୍ତ ମଧ୍ୟାହ୍ନ ପ୍ରହର

ଅଂଶୁଘାତ ଘାତକ

ଗମ୍ ଗମ୍ ଝାଳ ନିଗିଡ଼ି

ଦେହ ଲାରେ ଅବଶ ।


ଓଠ ପାଟି ଶୁଷ୍କ ହୁଅଇ 

ବାନ୍ତି ସାଙ୍ଗକୁ ଜ୍ବର

ଏପରି ଲକ୍ଷଣ ଜାଣିବ

ଅଟେ ଅଂଶୁଘାତ ର।


ଘରୋଇ ଉପଚାର ସହ

କର ଆଶୁ ଚିକିତ୍ସା

ନୋହିଲେ ଉପଶମ କର

ଶୀଘ୍ର ଆନ ବ୍ୟବସ୍ଥା ।


ଉତ୍ତପ୍ତ ମଧ୍ୟାହ୍ନ ପ୍ରହର

ଖରା ମାରଇ ଝାଇଁ

ଜରୁରୀ ନଥିଲେ ପଦାକୁ

ଜମା ବାହର ନାହିଁ।


ପାଦେ ଜୋତା ମଥା ଉପରେ

ଟାଣି ଧରିବ ଛତା

ହାତେ ଥିବ ପାଣି ବୋତଲ

ଓଦା ଗାମୁଛା ଠେକା।


ଖାଉ ଥିବ ବାସି ପଖାଳ

ପିଅ ଦହି ତୋରାଣି

ତରଭୁଜ ଆଉ କାକୁଡ଼ି

ଶ୍ରେୟ ଆଖୁ ର ପାଣି ।


ଜଗତ ର ହିତ ସାଧଇ

ସୌର ପିତା ସମ୍ପତ୍ତି 

ନୁହଁନ୍ତି କୋପିତ ସେ କେବେ

ମୁଢ଼ ମଣିଷ ଜାତି।


ନିଜ କଲା କର୍ମ ମଣିଷ

ଆଜି ଭୋଗୁଛି ସିନା

ଅସହ୍ୟ ଉତ୍ତାପ ବଢୁଛି

ସିନା ଉଦ୍ଭିଦ ବିନା ।


ସବୁଜ କୋଠରୀ ଛିଦ୍ରାଳ

ପାଇଁ ଏତେ ଦୁର୍ଦ୍ଦଶା

ଗ୍ରୀଷ୍ମ ବିନା କିବା ଧରା କୁ

କୁହ ଆସନ୍ତା ବର୍ଷା 


ସିମେଣ୍ଟ କଂକ୍ରିଟ ସଡ଼କ

ନଭଶ୍ଚୁମ୍ବି ପ୍ରସାଦ

ଚିମିନି ଧୂଆଁ ର ବିଷାକ୍ତ

ବାଷ୍ପ ଡାକେ ବିପଦ ।


ଗୋଦର ବିଜ୍ଞାନ କୋଡ଼ିଲା

ଯେତେ ମାଡ଼ିଲା ସେତେ

ଯନ୍ତ୍ର ଜୀଵନ ର ଯନ୍ତ୍ରଣା

ବଢ଼େ ଅଳିକ ସୁଖେ ।


ବେଳୁ ସାବଧାନ ନୋହିଲେ

ନିଶ୍ଚେ ବୁଡ଼ିବ ଭେଳା

ବୃକ୍ଷ ବିନା ଧ୍ଵଂସ ହୋଇବ

ଦିନେ ସଂସାର ଭେଳା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract