STORYMIRROR

Mallika singh

Others

4  

Mallika singh

Others

ଅଧରପଣା

ଅଧରପଣା

1 min
9



ପତିତପାବନ ଜଗତ ଜୀବନ

ସାରି ନନ୍ଦିଘୋଷ ଯାତ

ଗୁଣ୍ଡିଚା ମନ୍ଦିରୁ ଫେରି ନବଘନ

ସିଂହ ଦ୍ୱାରେ ଉପନୀତ ।


ଏକାଦଶୀ ଦିନ ସୁନାବେଶ ହେଲେ

ଭକତ ଦର୍ଶନ କଲେ

ପଥ ପ୍ରାନ୍ତ କ୍ଳାନ୍ତି ଅନୁଭବ କରି

ଜୀଉ ମାନେ ଥକି ଥିଲେ ।


କ୍ଲାନ୍ତି ଉପଶମ ବ୍ୟବସ୍ଥା ନିମିତ୍ତ

ଅଧର ପଣା ର ରୀତି

ପାର୍ଶ୍ଵ ଦେବାଦେବୀ ସଙ୍ଗେ ଅଶରିରୀ

ପଶୁପକ୍ଷୀ ହ୍ୱନ୍ତି ତୃପ୍ତି ।


ମାଟିରେ ତିଆରି ନଅ ଗୋଟି ତୁମ୍ୱ

 ଉଚ୍ଚତା ଅଧର ଯାଏ

ପିତ୍ତଳ ହଣ୍ଡା ରେ ସୁଗନ୍ଧିତ ଜଳେ

 ପଣା ହୋଇ ଢଳା ଯାଏ ।


କ୍ଷୀର ସର୍ ଛେନା ନବାତ କଦଳୀ

 କର୍ପୂର ଗୋଲମରିଚ

ଜଳେ ଜାଇ ଫଳ ଗୁଣ୍ଡକୁ ମିଶାଇ

ପଣା ହୁଅଇ ପ୍ରସ୍ତୁତ ।

<

p>

ବଡ ଓଡ଼ିଆ ଓ ରାଘବ ଦାସ ଙ୍କ

 ମଠ ରୁ ଆସେ ଏ ଦ୍ରବ୍ୟ

ମହା ସୁଆର ଓ ସେବକ କରନ୍ତି

 ପ୍ରସ୍ତୁତି ରେ ମନଯୋଗ ।


ଟେରା ବନ୍ଧା ଯାଇ ଲାଗିହୁଏ ପଣା

ନଜର ନ ପଡୁ କାରି

ପାଖରେ ଅଛନ୍ତି ପାର୍ଶ୍ଵ ଦେବା ଦେବୀ

ପୁଣି କେତେ ଅଶରିରୀ ।


ପ୍ରତିବଡୁ ଗରାବଡୁ ତିନିବଡୁ (ସୁଆର ବଡୁ)

ରଥେ ଠା ପୁଜା କଲେ

ଅଧର ପଣା ର ପୂଜା ଲାଗି ପରେ

ମାଟି ତୁମ୍ବ ଭାଙ୍ଗି ଦେଲେ ।


ଝର ଝର ଝରି ସେ ଅମୃତ ଝର

ଝରି ପଡୁଥାଏ ତଳେ

ପଶୁ ପକ୍ଷୀ ସଙ୍ଗେ ଅଶରିରୀ ଗଣ

ସେବନ୍ତି ତୃପତି ଭରେ ।


ଲୀଳାମୟ ଙ୍କ ର ଅପୂର୍ବ ଲୀଳା ଏ

ଦୃଶ୍ୟ ଅଦୃଶ୍ୟ ଙ୍କ ପାଇଁ

ପଣା ସାରି କରି ନିଳାଦ୍ରୀ ବିଜୟ

କରନ୍ତି ଜଗତ ସାଇଁ ।।


Rate this content
Log in