ପ୍ରଚଣ୍ଡ ନିଦାଘେ ଉତ୍ତପ୍ତ ଧରଣୀ
ପ୍ରଚଣ୍ଡ ନିଦାଘେ ଉତ୍ତପ୍ତ ଧରଣୀ
ଋତୁ ପରେ ଋତୁ ଆସନ୍ତି ମରତେ
ଧରି ଜଣେ ଆନ ହାତ
ଗ୍ରୀଷ୍ମ ଋତୁ ଆସେ ରୌଦ୍ର ପରକାଶେ
ବଇଶାଖ ଜ୍ୟେଷ୍ଠ ମାସ ।
ଉଦଣ୍ଡ ମାର୍ତ୍ତଣ୍ଡ କିରଣ ପ୍ରଚଣ୍ଡ
ଧରା ବୁକୁ ଯାଏ ତାତି
ବାଲି ତାତି ପାଦ ଫୋଟକା ହୁଅଇ
ଶୁଷ୍କ ମାଟି ଯାଏ ଫାଟି ।
ଝାଉଁଳି ପଡ଼ଇ ସବୁଜ ବନାନୀ
ଜଳ ବିନା ହା ହା କାର
ଶୁଖେ ଜଳାଶୟ ବାମ୍ଫି ନଦୀ ନାଳ
ଜଳଚର ନାରଖାର ।
ଜୀବ ଜନ୍ତୁ ପ୍ରାଣୀ ମାନବ ସକଳ
କେତେ ଡହଳ ବିକଳ
ପଦାକୁ ଆସିଲେ ମୁହିଁ ପୋଡିଯାଏ
ଗମ ଗମ ବୁହେ ଝାଳ ।
ବାରିଦ କୁ ଚାହିଁ ଚାତକ ଚତାକୀ
ନୀରବେ ଢାଳନ୍ତି
ଲୁହ
କେବେ ମେଣ୍ଟିବ ତା ପରାଣ ପିପାସା
ଶାନ୍ତ ହେବ ତାର ଦେହ ।
ବାଟୋଇ ବିଚରା ଅଂଶୁଘାତ ଭୟେ
ଖୋଜେ ବୃକ୍ଷ ଛାଇ ତଳ
ପଥ ପ୍ରାନ୍ତ ବନୀକରଣ ଯୋଜନା
ହୁଅନ୍ତା ସତେ ସଫଳ ।
ଟାଙ୍ଗରା ଭୂଇଁ ରେ କର ହେ ସୁଜ୍ଞାନୀ
ଏବେଠୁ ବୃକ୍ଷ ରୋପଣ
ସବୁଜ କୋଠରୀ ସୌର ବିକିରଣ
କରିବ ଅପସାରଣ ।
କଳ କାରଖାନା ଚିମିନୀ ର ଧୁଆଁ
ବର୍ଯ୍ୟ ବାଷ୍ପ ନେବ ଶୋଷି
ସ୍ୱଚ୍ଛ ଅମ୍ଳଜାନ ଅମୃତ ପରଶେ
ଜଗତ ଉଠିବ ହସି ।
ଗ୍ରୀଷ୍ମ ଦାହ ନାଶ ହେବ ଏ ଜଗତୁ
ହସିବ ଧରଣୀ ରାଣୀ
ସୁଶୀତଳ ହେବ ଶୋଭା ପ୍ରକାଶିବ
ଆସିବ ବରଷା ରାଣୀ ।।