ଭକ୍ତି ପ୍ରେମେ ଦିଅ ମନ
ଭକ୍ତି ପ୍ରେମେ ଦିଅ ମନ
ଜଗନ୍ନାଥ ଭକ୍ତି କର ନିତି ଦିନ ନିସ୍ବାର୍ଥ ପ୍ରେମକୁ ଧରି,
ପ୍ରେମ ଭକ୍ତି ଶ୍ରଦ୍ଧା ଭକ୍ତିର ଆଧାର ହୃଦୟେ ରଖିଥା ଧରି।
ପ୍ରେମରେ ପଡିଣ ମଙ୍ଗଳ କରିବେ କଟୁ ବଚନଟି ଏହୁ,
ପ୍ରେମର ସାଗର ପ୍ରଭୁ ଜଗନ୍ନାଥ ସୁଦୟା କରିବେ ସେହୁ।
ବ୍ରହ୍ମାଣ୍ଡ ଠାକୁର ଦୟାନିଧି ସେହୁ ଭକ୍ତଙ୍କର ବନ୍ଧୁ ସେହୁ
ଭକ୍ତି ମନେ କରେ ଯେହୁ ଆରାଧନା ବନ୍ଧୁ ହିଁ ତାଙ୍କର ସେହୁ।
ପ୍ରେମରେ ରହିଛି ପ୍ରଭୁଙ୍କର ଭକ୍ତି ଜ୍ଞାନୀ ଜାଣି ଥାଏ ଏହୁ,
ଜ୍ଞାନ କର୍ମ ଶ୍ରଦ୍ଧା ପ୍ରଭୁଙ୍କ ଚରଣେ ଅର୍ପଣ କରେଟି ସେହୁ।
ନଥାଏ ନୈବେଦ୍ୟ ପୂଜନେ ତାହାର ଥାଏ ମାତ୍ର ପ୍ରେମ ତହିଁ,
ଭକ୍ତିପ୍ରେମ ତାର ନୈବଲଦ୍ଯ ହୁଅଇ ନିସ୍ବାର୍ଥର ଭକ୍ତି ଯହିଁ।
ବ୍ରହ୍ମାଣ୍ଡ ରଚନା ଯାହାଙ୍କ ହସ୍ତରେ ସବୁତ ପ୍ରଭୁ ଭିଆଣ,
ନୈବେଦ୍ୟ ଭି ତାଙ୍କ ପିଣ୍ଡ ମଧ୍ୟ ତାଙ୍କ ସବୁତ ତାଙ୍କ ଭିଆଣ।
ଚରାଚର ଧାମେ ଦୃଶ୍ୟ ହୁଏ ଯାହା ଭିଆଣ ତାଙ୍କରି ସବୁ,
କର୍ମ ପାଇଁ ସୃଷ୍ଟି ମନୁଷ୍ୟ ଜୀବନ କରିଛନ୍ତି ପ୍ରଭୁ ସବୁ।
କର୍ମ କରିଛନ୍ତି ଶ୍ରେଷ୍ଠ ଏହୁ ଭବେ ନିସ୍ବାର୍ଥ କର୍ମର ପାଇଁ,
ଜ୍ଞାନ ଦେଇଛନ୍ତି ଧର୍ମ ସତ୍ୟ ପାଇଁ ଜନତାଙ୍କ ସେବା ପାଇଁ।
ଭକ୍ତିପ୍ରେମ ଅଟେ ପ୍ରଭୁଙ୍କ ପ୍ରେମରେ ସର୍ବୋପରି ଅଟେ ଭବେ,
ରାଷ୍ଟ୍ରପ୍ରେମେ ଆମ ଯୋଗଦାନ ଧର୍ମ ଦେଇ ଛନ୍ତି ପ୍ରଭୁ ଭବେ।
ପ୍ରେମ ସମଭାବ ଗୃହର ଧର୍ମରେ ଜ୍ଞାନ ଦେଇଛନ୍ତି ଜନେ,
ପ୍ରେମ ହିଁ ଅମୂଲ୍ୟ ଜୀବନ ଯାତ୍ରାରେ କହିଛନ୍ତି ଜ୍ଞାନୀଜନେ।
<
/p>
ପ୍ରେମ କର୍ମେ ହୁଏ ଜଗନ୍ନାଥ ପ୍ରାପ୍ତି ହୁଏ ପ୍ରଭୁ ପଦେ ସ୍ଥାନ,
ସ୍ବାର୍ଥ ପ୍ରେମେ ହୁଏ ନର୍କର ହିଁ ପ୍ରାପ୍ତି ନାହିଁ ପ୍ରଭୁ ଠାରେ ସ୍ଥାନ।
ଜନସାଧାରଣ ସେବା ହିଁ ଜୀବନ ସର୍ବୋତ୍ତମ ପ୍ରେମ ମାର୍ଗ,
ଅଳଙ୍କାର ହେଉ ସେବାଭାବ ଭକ୍ତେ ଅଟେ କର୍ତ୍ତବ୍ୟର ମାର୍ଗ।
ରଙ୍ଗମଞ୍ଚ ଏହୁ କଳିର ତାଣ୍ଡବ ଗୁଞ୍ଜୁ ଅଛି ଯୁଗ ବଳେ,
ପ୍ରେମଭକ୍ତି ସେବା ଗୁଞ୍ଜୁଅଛି ପୁଣି ସତ୍ୟଅହିଂସାର ବଳେ।
ସତ୍ୟ ସେବା ପ୍ରେମେ ବିଜୟ ଅବଶ୍ୟ କଳିଯୁଗ କାଳକଳେ,
ପାପାଚାରୀ ପଡେ କଳିର କବଳେ ବିନାଶ ଟି କାଳବଳେ।
ପାପାଚାର୍ କରେ ଲୋଭରେ ପଡିଣ ଜୀବ ହତ୍ୟା କରୁ ଥାଏ,
ସତ୍ତା ପ୍ରାପ୍ତି ପାଇଁ ଶତ୍ରୁ ସଙ୍ଗ କରେ ଅନ୍ୟାୟରେ ରହି ଥାଏ।
ନାହିଁପ୍ରେମ ଭକ୍ତି କାଳିଆ ଚରଣେ ନାହିଁ ଜନସେବା ତାର,
ନର୍କକୁଣ୍ଡେ ପଡ଼ି କଲବଲ ହୁଏ ମୁକ୍ତି ନାହିଁ ଜୀବନର।
ଜଗନ୍ନାଥ ଭକ୍ତି ଜୀବନେ ଅମୃତ ପ୍ରେମ ଭକ୍ତି ଶ୍ରଦ୍ଧା ଯହିଁ,
ଲକ୍ଷ୍ମୀପୂର୍ଣ୍ଣ ହୁଏ ଗୃହଟି ତାହାର ଜଗନ୍ନାଥ ଭକ୍ତି ଯହିଁ।
ରାଷ୍ଟ୍ରପ୍ରେମ ଭକ୍ତି ଯାହା ହୃଦେ ଗୁଞ୍ଜୁଛି ମନୁଷ୍ୟ ଜୀବନ ଏହୁ,
ଜନସେବା ଯେହୁ ମନ୍ତ୍ର କରିଅଛି କାଳିଆ ଭକ୍ତଟି ସେହୁ।
ଗୃହେ ଯାର ଅଟେ ପ୍ରେମ ଭାବ ମନ୍ତ୍ର ଜଗନ୍ନାଥ ଭକ୍ତ ସେହୁ,
ପିତୃମାତୃ ସେବା ଯେଉଁ ଗୃହେ ହୁଏ ପ୍ରଭୁଙ୍କ ବନ୍ଧୁଟି ସେହୁ।
ଦୟାନିଧି ପ୍ରଭୁ ଆଶିର୍ବାଦ ଦେବେ ପ୍ରେମ ଭକ୍ତି ସେବା ଗୁଞ୍ଜୁ,
କର୍ତ୍ତବ୍ୟ ପଥରୁ ବିଚଳିତ ନହୁ ହୃଦୟରେ ପ୍ରେମ ଗୁଞ୍ଜୁ।