ସଂକ୍ଷିପ୍ତ ରାମାୟଣ ଆଦ୍ୟ କାଣ୍ଡ
ସଂକ୍ଷିପ୍ତ ରାମାୟଣ ଆଦ୍ୟ କାଣ୍ଡ
ଏଥୁ ଅନନ୍ତରେ କହନ୍ତି ଗଉରୀ
ଶଙ୍କର ମୁଖକୁ ଚାହିଁ ।
ଶ୍ରୀରାମ ଚରିତ କୁହ ମୋତେ ନାଥ
ଆତୁର ଶୁଣିବା ପାଇଁ ।।
ଶଙ୍କର କହନ୍ତି ଶୁଣ ସହଚରୀ
ଦେଇକରି ମନ କର୍ଣ୍ଣ ।
ଶ୍ରୀରାମ ଚରିତ ମୁକ୍ତି ମକରନ୍ଦ
ଶୁଣି ତୋଷକର ମନ ।।
ସରଜୁ ନଦୀ କୂଳରେ ଏକଇ ନଗରୀ
ନାମ ଅଯୋଧ୍ୟା ଅଟଇ ।
କୋଶଳ ରାଜ୍ୟର ରାଜଧାନୀ ସେହି
ଦଶରଥ ରାଜା ତହିଁ ।।
ଦଶରଥଙ୍କର ତିନି ରାଣୀ ଥିଲେ
କୌଶଲ୍ୟା କୈକେୟୀ ସୁମିତ୍ରା ।
ପ୍ରଜା ପାଳନରେ ଅତ୍ୟନ୍ତ ଉତ୍ତମ
ସୁଖ ଶାନ୍ତି ମୁକ୍ତି ମନ୍ତ୍ରା ।।
ବହୁଦିନୁ ସେହୁ ଥିଲେ ଅପୁତ୍ରିକ
ପୁତ୍ରେଷ୍ଟି ଯଜ୍ଞ ସକାଶେ ।
ଋଷି ବଶିଷ୍ଠଙ୍କ ପରାମର୍ଶ ନେଲେ
ପୁତ୍ର ପାଇବାର ଆସେ ।।
ଆୟୋଜନ କଲେ ସମସ୍ତ ପ୍ରକାର
ଋଷ୍ୟଶୃଙ୍ଗଙ୍କୁ ଡକାଇ ।
ଯଜ୍ଞ ଆରମ୍ଭିଲେ ଅଯୋଧ୍ୟା ରାଜ୍ୟରେ
ମହା ଆଡମ୍ବର ହୋଇ ।।
କାଳକ୍ରମେ ତିନିରାଣୀ ପୁଷ୍ପବତୀ
ହୋଇଲେ ଚରୁ ଖାଇଣ ।
ଦଶରଥ ମନ ମହା ଉଲ୍ଲସିତ
ହେଉଥାଏ ପୁଣ ପୁଣ ।।
ତିନି ରାଣୀ ଗର୍ଭୁ ଚାରିଭାଇ ଜାତ
ହୋଇ ସୁକୋମଳ ଠାଣି ।
ଅଯୋଧ୍ୟା ନଗରୀ ଉଲ୍ଲସିତ ହେଲା
ହସିଲା ଧରଣୀ ରାଣୀ ।।
କୌଶଲ୍ୟା ଗର୍ଭରୁ ରାମ ହେଲେ ଜାତ
କୈକେୟୀ ଗର୍ଭୁ ଭରତ ।
ସୁମିତ୍ରା ଗର୍ଭୁ ଯେ ଲକ୍ଷ୍ମଣ ଶତ୍ରୁଘ୍ନ
ଦୁଇ ଭାଇ ହେଲେ ଜାତ ।।
ଧନୁର୍ବିଦ୍ୟା ଆଉ ବିଦ୍ୟା ଅଧ୍ୟୟନ
କରିଲେ ଯେ ଚାରି ଭାଇ ।
ବସିଷ୍ଟ ଋଷି ଯେ ପ୍ରାଞ୍ଜଳ ଭାବରେ
ସବୁ ତ ଦେଲେ ବତାଇ ।।
ଜାଗ ରକ୍ଷା ଅର୍ଥେ ବିଶ୍ଵାମିତ୍ର ମୁନି
ଆସିଲେ ରାମ ର ପାସ ।
ଅସୁର ବିନାସି ରଘୁକୂଳ ଇନ୍ଦୁ
ରଖିବେ ଋଷିଙ୍କ ଆସ ।।
ତାଡକା ମାରିଲେ ଅହଲ୍ୟା ତାରିଲେ
ଗଲେ କୈବର୍ତ ପାସ ।
କୈବର୍ତ ବିଚରା କହେ ଧୀରେ ପ୍ରଭୁ
ନୌକାରେ ବସିବ କିଶ ।।
ସାମାନ୍ୟ ଡଙ୍ଗା ଏ ପୋଷେ ମୋ କୁଟୁମ୍ବ
କେମନ୍ତେ ରଖିବ ପାଦ ।
ନାରୀ ହୋଇ ଉଭା ହୋଇଲେ ଏ ଡଙ୍ଗା
ମୋତେ ହୋଇବ ବିପଦ ।।
କୁହନ୍ତି ସଧିରେ ରାମ ନାରାୟଣ
ବିଶ୍ୱାସ ମୋ ଠାରେ ରଖି ।
ପାରିକର ମୋତେ ମିଥିଲା ଯିବି ମୁଁ
ସୀତା ସ୍ଵୟମ୍ବର ଦେଖି ।।
ଡଙ୍ଗାରେ ବସାଇ ନାବିକ ବାହଇ
ନାଆ ଗଲା ଆର କୁଳ ।
ମିଥିଲା ଯିବାର ଉଦ୍ୟତେ ଦେଖିଲେ
ସୁନ୍ଦରୀ ଗୋଟେ ଫୁଲ ।।
ରୂପ ଶୋଭା ତାଙ୍କ ଦିଶେ ଅନୁପମ
ସାକ୍ଷାତ ଦେବୀ ପ୍ରତିମା ।
ସୁନ୍ଦରତା ପଣେ କିଏ ହେବ ସରି
କେମିତି ଦେବି ଉପମା ।।
ମିଥିଳା ରାଜ୍ୟରେ ଅତି ମନୋହରେ
ହେଉଅଛି ସ୍ଵୟମ୍ବର ।
ଲକ୍ଷେ ରାଜାଙ୍କୁ ଯେ ଆମନ୍ତ୍ରଣ କରି
ବସାଇଛନ୍ତି ସଭାର ।।
ଋଷି ବିଶ୍ଵାମିତ୍ର ସାଥେ ବେନି ଭାଇ
ପ୍ରବେଶିଲେ ସଭା ସ୍ଥଳ ।
ମଦମତ୍ତ ଗର୍ବେ ସର୍ବ ରାଜା ଗଣ
ଚାହିଁଛନ୍ତି ପଲ ପଲ ।।
ଉଠିଲେ ରାଜର୍ଶୀ କହିଲେ ସେ ହସି
ଆରମ୍ଭିବ ସ୍ଵୟମ୍ବର ।
ସୀତା କୁମାରୀଙ୍କୁ ସଭା ମଧ୍ୟେ ଆଣି
ଦେଖାଅ ଦାସୀ ସତ୍ୱର ।।
ସଭା ମଧ୍ୟେ ଆସି ଉଭା ହେଲେ ଦେବୀ
ସାକ୍ଷାତ ପୂର୍ଣ୍ଣିମା ଚାନ୍ଦ ।
ଦେଖି ଦାଶରଥି ସୁନ୍ଦରୀ ପ୍ରତିମା
ହସିଦେଲେ ମନ୍ଦ ମନ୍ଦ ।।
ଜଣେ ପରେ ଜଣେ ସମସ୍ତ ରାଜନ
ଭାଙ୍ଗିବାକୁ ଗଲେ ଧନୁର ।
କେହି ନ ପାରିଲେ ଶିବଧନୁ ଭାଙ୍ଗି
ଯେତେକ ଥିଲେ ତହିଁର ।।
ଦୁଃଖ ମନେ ତହୁଁ ଜନକ ରାଜର୍ଷି
ବୁଦ୍ଧି ହୋଇଗଲା ବାମ ।
ଲକ୍ଷେ ରାଜା ଯହିଁ ଭାଙ୍ଗି ନ ପାରିଲେ
ଶିବ ଧନୁ ଶରାସନ ।।
ବିଶ୍ଵାମିତ୍ର ତହୁଁ କହିଲେ ରାମଙ୍କୁ
ଦେଖ ବତ୍ସ ତୁମେ ଥରେ ।
ଅବଶ୍ୟ ଭାଙ୍ଗିବ ଧନୁ ଶରାସନ
ବିଶ୍ୱାସ ଅଛି ମୋ ଠାରେ ।।
ଦୁର୍ବାଦଳ ରାମ ଶ୍ୟାମଳ ମୁରତି
ଉଠିଲେ ଯେବେ ଆସନୁ ।
ସବୁ ରାଜଗଣ ହସିଲେ ଯେସନ
ଛୁଇଁ ନ ପାରିବେ ରେଣୁ ।।
ଚଳନ୍ତି ସଧିରେ ଶିବ ଧନୁ ପାସ
ସୁକୁମାର ରାମ ରାଣ ।
ଉଲ୍ଲସିତ ମନେ ଜନକ ନନ୍ଦିନୀ
ଉଲ୍ଲସିତ ଦାସୀ ଗଣ ।।
ବାମ କରେ ଧରି ସେ ଶରାସନ କୁ
ଦକ୍ଷିଣେ ଜୋଖିଲେ ଶର ।
ଘୋର୍ଘର ନାଦ ରେ ବେନି ଖଣ୍ଡ ହେଲା
କମ୍ପି ଗଲା ତିନିପୁର ।।
ଦେବତା ମାନେ ଯେ ଆକାଶ ମାର୍ଗରୁ
କଲେ ରାମେ ଆଶୀର୍ବାଦ ।
ଜନକ ଦୁହିତି ହୁଅନ୍ତି ଯେ ତୃପ୍ତି
ଦେଖିଲି ଆଜି ମରଦ ।।
ବରଣ ମାଳାକୁ ସୀତାସତୀ ଆସି
ରାମଙ୍କ ଗଳାରେ ଦେଲେ ।
ଜନକ ରାଜା ଯେ ଦଶରଥ ପାଶେ
ଚିଟାଉ ପ୍ରେରଣ କଲେ ।।
ଆଦ୍ୟ କାଣ୍ଡ ଏଥୁ ହେଲା ସମାପନ
ଶୁଣ ସୁଜ୍ଞଜନ ମଣୀ ।
ପଦ ଯୋଡି ଗିତ ଲେଖି ଦେଇଅଛି
ମୁଢ ଶୁଭଇନ୍ଦୁ ଭଣି ।।
