STORYMIRROR

suvendu Meher

Romance

3  

suvendu Meher

Romance

ମୁଠାଏ ସପନ

ମୁଠାଏ ସପନ

1 min
170

ଆସୁ ପଛେ ଝାଞ୍ଜି

ତୁମ ଗାଁ ସେପଟ ବାରୁଦ ଖଣିରୁ

ଫେରିଯାଉ ମୌସୁମୀ,

ଅନେକ ଦୂର

ଛାତି ତତୁ,ମାଟି ଭଳି

ପତ୍ର ସବୁ ଝଡିଯାଉ,

ଆକାଶ ଛାତିରୁ ବର୍ଷା ବି' ଉଭାନ ହେଉ ।


ତଥାପି

ଝଡ଼ିବନି କେବେ ସଖୀ 

ପ୍ରୀତି କୃଷ୍ଣଚୂଡ଼ା

ହୃଦରେ ସାଇତା ହୋଇ

ବୟସର ଦିଗବଳୟେ

ଚିହ୍ନ ହୋଇ ରହିଥିବ ଯେବେ

ରେଖା ମାନଙ୍କୁ ପଚାରିବ

ମୋ ପାପୁଲିର ,

ମୁଠାଏ ଆକାଶ ବଦଳରେ

ମୁଁ ସମର୍ପି ଦେବି

ଜୀବନର ସମଗ୍ର ଆୟୁଷ

ଯଦି କହିବ,

ତୁମ ଅମରତ୍ୱ ପାଇଁ

ପିଇ ଯିବି ହଳାହଳ ବିଷ।


ପାରିବତ

ପାରିବତ ଦିଅ ମୋତେ,

କାଣିଚାଏ ମାଟିର ଠିକଣା

ମହ ମହ ମହକରେ

ବିଭୋର ହେଉଥିବା ବିରାଙ୍ଗନା ର

ଘୁଙ୍ଗୁର ରେ ମୁଁ ଖୋଜିବି ଜୀବନ ଯନ୍ତ୍ରଣା।


ଅବଶିଷ୍ଟ ଆୟୁଷକୁ ନେଇ,

ରୁଦ୍ଧ କାରାଗାରେ 

ବନ୍ଦୀକର ମୋ ବଳକା ସଞ୍ଚିତ ଜୀବନ

ଏକାନ୍ତରେ,ନିରୋଳାରେ,

ନିଃସଙ୍ଗ ବେଳାରେ

ଯନ୍ତ୍ରଣାରେ ଜଳୁଥିବା ଯୋଦ୍ଧାଟିର ମନ 

ତା ଭିତରେ ଅଛିକେତେ

ମାଟି ସହିତ ମାଟି ହୋଇ

ମାଟିକୁ ଖୋଜୁଥିବା 

ମୁଠାଏ ସପନ।

ଚିମୁଟାଏ ଅନ୍ଧାରକୁ ଧରି

ଖୋଜଇ ଯେ ଅମୃତ ସନ୍ଧାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance