STORYMIRROR

Indrabadal Mohanty

Romance

3  

Indrabadal Mohanty

Romance

ତୁମ ପାଇଁ....

ତୁମ ପାଇଁ....

1 min
354

ନୂଆ ଏକ ସୌନ୍ଦର୍ଯ୍ୟର ପରିକଳ୍ପନା

ସୃଷ୍ଟି ହେଉଛି ମୋ ମନରେ,


ଭିନ୍ନ ଏକ ଚିତ୍ର ଆଙ୍କି ଉଠୁଛି ତୁମ ପାଇଁ

ମୋ ମନର ସାଧା କାଗଜରେ।


ତୁମ ହସର ମୁକୁତା ସତେ ଯେମିତି ଉଛୁଳି ପଡୁଛି

ମୋ ଜୀବନର ଅଭୁଲା ରାସ୍ତାରେ,


କିଛି ନକହିବି ତୁମ ବାଙ୍କ ଚାହାଣି କହିଯାଉଛି

ଅବୁଝା ଭାଷା ମୋ ହୃଦୟରେ।


ଖୋଲା କେଶ ତୁମର ସୁଲୁସୁଳିଆ ବା ରେ ରଙ୍ଗାୟିତ କରୁଛି

ମୋ ମନକୁ ବିନା ଫଗୁଣରେ,


ଦୁଇପଦ କଥା ତୁମର ମାଧୁର୍ଯ୍ୟର ନୂଆ ଏକ କାହାଣୀ ଲେଖିଛୁ

ମୋ ଅଜାଣତରେ।


ରାଜହଂସୀ ଚାଲି ସହ ତୁମର ଆଗମନେ

ନୂଆ ନୂଆ ଜୋଛୋନା ସବୁ ସଉଦା କରେ ମୋ ମନରେ,


ତୁମ ପାଦର ପାଉଁଜି ସହ କାନର ଝୁମୁକାର

ଅସ୍ପଷ୍ଟ ଏକ ଗୁଞ୍ଜରଣ ସୃଷ୍ଟି କରୁଛି ଆଜି ମୋ ସ୍ପନ୍ଦନରେ।


ତୁମ ସଂଗେ ପ୍ରତ୍ୟକ ରାତିରେ

ପ୍ରୀତିଭରା ସ୍ୱପ୍ନର ଦୋଳି ମୁଁ ଥିରିଥିରି ହୋଇ ଝୁଲୁଛି,


ତୁମ ପାଦର ପାଉଁଜିର ସ୍ୱରରେ

ମୁଁ ଆଜି ଝୁମି ଝୁମି ଚାଲୁଛି।


ତୁମ ରୂପର ଶ୍ରେଷ୍ଟତ୍ଵରେ

ମୁଁ ଆଜି ଧୀରେଧୀରେ ହଜିଯାଇଛି,


ପୁଣି ତୁମ ସୌନ୍ଦର୍ଯ୍ୟର ଗନ୍ତାଘରରେ

ମୋ ସ୍ପନ୍ଦନ ଅଭୁଲା ଗୀତ ଗାଉଛି।


ତୁମ ଆଖି ସହ ମୋ ହୃଦୟର ଅଜବ ଏକ ସଂଯୋଗ

କେଜାଣି କାହିଁ ସୃଷ୍ଟି ହୋଇଛି,


ଆଉ କେତେବେଳେ ତୁମ ନିଃଶ୍ୱାସରେ ମୋ ନିଃଶ୍ୱାସ ମିଶି ପ୍ରୀତିପୂର୍ଣ୍ଣ ପ୍ରେମର ଅଜଣା ଚିତ୍ର ଆଙ୍କୁଛି।


ପ୍ରେତ୍ୟକ ଋତୁରେ ତୁମ ପାଇଁ ନୂଆ ନୂଆ ପ୍ରୀତିର କାହାଣୀମାନ

ମୋ ମନରେ ସେ ଲେଖୁଛି,


ପୁଣି ତୁମର ସେ କି ହସରେ ମୋ ସହ ମିଶି

ସତେ ଯେମିତି ଅଜଣା ରାସ୍ତାରେ ଫୁଲ ବିଞ୍ଚି ଆଗେଇ ଚାଲୁଛି।



Rate this content
Log in

Similar oriya poem from Romance