STORYMIRROR

Indrabadal Mohanty

Classics

3  

Indrabadal Mohanty

Classics

ଏବେ ମୋ ଜୀବନ

ଏବେ ମୋ ଜୀବନ

1 min
87

ଶ୍ରାବଣ ଆସିଛି ସିନା 

ବର୍ଷାର ଦେଖା ନାହିଁ ଆଜି,

ଉଚ୍ଚ ଆକାଶରେ କେମିତି କେଜାଣି

 ଫଗୁଣ ରଙ୍ଗ ଯାଇଛିହଜି।


ମୌସୁମୀ ବାଟବଣା ହୋଇ

 ନୀଳ ଗଗନରେ ଆଜି ଘୁରିବୁଲେ,

ବିଜୁଳି ମଧ୍ୟ ବାଦଲ ହୃଦୟରେ

 ଲୁଚକାଳି ଖେଳେ।


ବନ୍ଧା ଏ ଦୁନିଆ ପ୍ରକୃତିର 

ଅଜବ ପରମ୍ପରାରେ,

ସମ୍ପର୍କର ଡୋରି ଆଜି 

ଇନ୍ଦ୍ରଧନୁର ମିଛ ମରୀଚିକା ପଛରେ।


ଉଆଁସୀ ଜହ୍ନ ଆଜି

ଉଦାସୀ ସାଜି ସ୍ଵାଗତେ ବିରହ ହୋଇ,

ବିନା ମରଣରେ କେତେ ଯେ

ଜୁଇ ଜଳଇ ନୀତି ହୃଦୟେ କଷ୍ଟ ପାଇ।


ସୃଷ୍ଟିର ଅଜବ ରଚନା 

ସହ ନୂଆ ବିନ୍ଧାଣି ଜନ୍ମନିଏ,

ପୂର୍ଣ୍ଣତାରୁ ତିଳେହିଁ ଖାତିରି 

ନକରି ଏ ମନ ହଜିଯାଏ।


ଜିତିବାର ଖୁସି ଆଜି 

ହାରିବାର ଯନ୍ତ୍ରଣା ପଥେ ହେଉଛି ଅଗ୍ରସର,

ତଥାପି ହେବ ନୂଆଏକ 

ସୂର୍ଯ୍ୟଉଦୟ ଅଛି ଆଶା ଓ ଆକାଂକ୍ଷାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics