STORYMIRROR

Indrabadal Mohanty

Abstract

4  

Indrabadal Mohanty

Abstract

ଜୀବନ ମୋର

ଜୀବନ ମୋର

1 min
268

ନିଃଶବ୍ଦ ଏ ସୀମାହୀନ 

ଏ ରାତିର ଆକାଶ


ରହିଯାଏ ପ୍ରତ୍ୟେକ ଲକ୍ଷ୍ୟର 

ଦୂରତା ହୋଇ ବହୁ ଅବଶୋଷ


ଲଢେ଼ଇର ସ୍ଥାୟୀତ୍ଵର 

ସୂତାକ୍ଷୀୟ ରେ ଗୁନ୍ଥା ଏ ଜୀବନ


ବଂଚିବାର ଆଶାରେ ସଂଗ୍ରାମର 

ସରଳରେଖା ରୁହେ ପୁଣି ସର୍ବଦା ଅକ୍ଷୁର୍ଣ୍ଣ


ଖୁସିର କ୍ଷେତରେ ପୁଣି ଅମାନିଆ ହସର

 ନିଶୁଣିରେ ଉପରକୁ ଉଠିବାକୁ ଇଚ୍ଛା ହୁଏ 


ସ୍ବପ୍ନର ସାଗରରେ ସୁଖ ଓ ଦୁଃଖର 

ଅମାନିଆ ଢେଉରେ ମୁଁ ଆଜି ଭାସିଯାଏ


ଦୁଃଖର ପରିସୀମା ଭିତରେ ରହି 

ହସିବାକୁ ବାଧ୍ୟ ହୋଇଛି


ଜିତିବି ଆଜି ହାରିବାର ଭୟରେ 

ମୁଁ ଆଜି ସଂଘର୍ଷର ପଥରେ ପଥିକ ସାଜିଛି


ଏତେ ବଡ ଦୁନିଆରେ ନିଜର କିଏ 

ବୋଲି ବୁଝିବା କଷ୍ଟ ହେଉଛି


ତଥାପି ଛାତିକୁ ପଥର କରି 

ଏ ସଂସାର ବନ୍ଧନେ ମୁଁ ଆଜି ହସିବାକୁ ବାଧ୍ୟ ହୋଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract