STORYMIRROR

Indrabadal Mohanty

Romance

3  

Indrabadal Mohanty

Romance

ତୁମେ ଆସିଲା ପରେ

ତୁମେ ଆସିଲା ପରେ

1 min
231

ତୁମେ ଆସିଲା ପରେ

ନିଶବ୍ଦ ରାତି ଆଜି ସରିଯାଇଛି,

ତୁମ ସହ ନୂଆ ଏକ

ସୂର୍ଯ୍ୟଉଦୟର ବାର୍ତ୍ତା ଆସିଛି।


ଦୀପାଳିର ଶିଖାକୁ ପଛରେ ରଖି

ସୁରୁଜର ନୂତନ କିରଣର ସ୍ପର୍ଶ ପାଇଛି,

ନୂଆ ଏକ କାହାଣୀ ଲେଖାଯିବାର

ପ୍ରେରଣା ଆଜି ଉଙ୍କି ମାରୁଛି।


ସତରେ ତୁମକୁ ପାଇଲା ପରେ

ସୁଖର ସୁଦୀର୍ଘ ନଦୀକୁ ଲଙ୍ଘିବାର ପ୍ରୟାସ ଆରମ୍ଭ] ହୋଇଛି,

ତୁମ ସହ ମିଶି କିଛି ଆଶାର ଆଲୋକକୁ

ନୂଆ ରୂପରେ ଆଙ୍କିବାର ଚେଷ୍ଟା କରୁଛି।


ମୋ ସୁଖଦୁଃଖର ଦୁନିଆରେ ତୁମକୁ

ସାରଥୀ ରୂପେ ମୁଁ ପାଇଯାଇଛି,

ତୁମର ସ୍ପର୍ଶରେ ମୋ ଅଗଣାର ତୁଳସୀକୁ

ସଯାଇବାକୁ ଭଗବାନ ବୋଧେ ତୁମକୁ ପଠାଇଛି।


ସତରେ ତୁମେ ନୂଆ ଏକ ପ୍ରୀତିର ପଣତରେ

ମୋ ହୃଦୟକୁ ସଉଦା କରିଛ,

ତୁମ ମୋ ମିଳନକୁ ଆଜି ଏ

ରଙ୍ଗମଞ୍ଚର ଦୁନିଆ ନୂଆ ରୂପରେ ସଜାଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance