ନାରୀ
ନାରୀ
ନାରୀ,
ମାଁ ରୂପେ ମମତାର କେନ୍ଦ୍ରବିନ୍ଦୁ ସାଜି ଏ ଦୁନିଆକୁ ଆସିଛି ଭଗବାନ ରୂପରେ,
ବନ୍ଧୁତ୍ଵ ଡୋରୀରେ ବାନ୍ଧି ରଖେ ତା ସ୍ନେହ ପ୍ରେମ ଓ ଭଲପାଇବାର ସୂତାରେ।
ନାରୀ,
ଅର୍ଣ୍ଣପୂର୍ଣ୍ଣା ରୂପେ ଦୟାର ସାଗର ହୋଇ ପୂଜାପାଏ ପ୍ରତ୍ୟକ ସ୍ପନ୍ଦନରେ,
ସହନଶୀଳତାରେ ଧରିତ୍ରୀ ରୂପେ ନୂଆ ନୂଆ ଉଦାହରଣ ସୃଷ୍ଟି କରେ।
ନାରୀ,
ଧ୍ଵଂସରେ ଦାନବୀ ରୂପେ ହୋଇ ଆସିଛି ଏ ସୃଷ୍ଟିକୁ,
ପ୍ରଳୟର ରୂପରେ ସେ କାଳି ହୋଇ ଆସିଛି ଏ ଦୁନିଆକୁ।
ନାରୀ,
ଛୋଟବଡ ଈର୍ଷାରେ ସେ ନିଜକୁ ନିଜେ ସଜାଏ ଚଣ୍ଡୀ ରୂପରେ,
ପୁଣି ଛାମୁଣ୍ଡି ରୂପ ନିଜେ ପୂଜା ପାଏ କୋପକୁ ନେଇ ତା ଆଖିରେ।
ନାରୀ,
ରାଗର ରୂପ ନେଇ ସେ ସଜାଏ ଏ ସମାଜକୁ ହୋଇ ରୁଦ୍ରାଣୀ,
ଶକ୍ତି ରୂପେ ଆମେ ତାକୁ ବର୍ଣ୍ଣନା କରିଥାଉ ହୋଇ ନାରାୟଣୀ।
ନାରୀ
ସ୍ନେହର ଗନ୍ତାଘର ସାଜି ଏ ଧରାକୁ ଆସିଥାଏ ହୋଇ ଭଉଣୀ,
ପ୍ରେମର ଚାଦରରେ ଢାଙ୍କି ରଖିଥାଏ ହୋଇ ଅତି ଆଦାରର ପତ୍ନୀ।