Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Others

3  

Indrabadal Mohanty

Others

ତୁମେ ହିଁ

ତୁମେ ହିଁ

1 min
480


ହେ ଈଶ୍ଵର ଆମ ସବୁ ଅବୋଧ

ଆମକୁ କ୍ଷମାକର,

ତୁମ ହିଁ ଏ ଭବରଙ୍ଗ ଭୂମିରେ

ଦୟାର ସାଗର। 

ତୁମେ ହିଁ ଛୋଟ ବଡ କାରଣ

ବଞ୍ଚିରହିବାର,

ତୁମେ ହିଁ ଏକ ମାତ୍ର ସତ୍ୟ

ଏ ଜୀବନର। 

ହେ ଈଶ୍ଵର ତୁମେ ହିଁ ଏକ ମାତ୍ର

ଅଭିନବ ପନ୍ଥା ଏ ସଂସାରର,

ତୁମେ ହି ଅସ୍ତ୍ର

ଏତେ ବଡ ଜୀବନ ଯୁଧ୍ୟର।

ତୁମେ ହିଁ ନାୟକ ଓ ପ୍ରତିନାୟକ

ଏ ଜୀବନ ନାଟକର,

ତୁମେ ହିଁ ଫୁଗୁଣ ରଙ୍ଗ

ଏ ପ୍ରୀତିଭାର ଛୋଟ ଏ ଦୁନିଆର। 

ହେ ଈଶ୍ଵର ତୁମେ ହିଁ ସ୍ରଷ୍ଟା

ଏ ଅଜବ ସ୍ତୁଷ୍ଟିର,

ତୁମେ ହିଁ ପ୍ରେମ

ପ୍ରତ୍ୟେକ ଅମାନିଆ ବସନ୍ତର। 

ତୁମେ ହିଁ ପ୍ରେରଣା 

ଛୋଟ ବଡ ଉତ୍କଣ୍ଠାରେ ପ୍ରତ୍ୟକ ସଂଘର୍ଷର, 

ତୁମେ ହିଁ ଝରଣା

ପ୍ରତ୍ୟକ କ୍ଷଣରେ ଏ ସଂସାର ସ୍ରୋତର। 

ହେ ଈଶ୍ଵର ତୁମେ ହିଁ ସ୍ପନ୍ଦନ

ପ୍ରତ୍ୟେକ ହୃଦୟର,

ତୁମେ ହିଁ ଆନମନା ପୂର୍ଣ୍ଣ ଫୁଲର ସମ୍ଭାର

ପ୍ରତ୍ୟେକ ବଗିଚାର।

ତୁମେ ହିଁ ସୁଖଦୁଖର

ଛୋଟ ବଡ କାରଣ ଏ ସୃଷ୍ଟିର,

ତୁମେ ହିଁ ଶ୍ରେଷ୍ଟ ଆଦର୍ଶର କେନ୍ଦ୍ରବିନ୍ଦୁ

ଏ ଜୀବନର କାହାଣୀର। 



Rate this content
Log in