STORYMIRROR

Indrabadal Mohanty

Abstract Classics Fantasy

3  

Indrabadal Mohanty

Abstract Classics Fantasy

ସ୍ମୃତି ରେ ରହିଗଲା

ସ୍ମୃତି ରେ ରହିଗଲା

1 min
257

ତୁମର ମନେ ଅଛି କି ନାହିଁ ଜାଣିନି

ତୁମର ଜ୍ଞାତ ରେ ଅଛି କି ନାହିଁ କହି ପାରିବିନି

ତୁମ ସଂଗେ ସମ୍ପର୍କର ନୂଆ ଏକ ଧାରା ସୃଷ୍ଟି ହୋଇଥିଲା ଆଜିର ଦିନରେ ।


ପୁଣି ତୁମ ସଂଗେ ବନ୍ଧୁତ୍ୱର ନୂଆ ଏକ କାହାଣୀ ଲେଖିଥିଲି ବିଗତ ଦିନର ଏହି କ୍ଷଣରେ,

ତୁମ ସଂଗେ ପ୍ରଥମ କଥା ତୁମର ମନେ ଥିବ କି ନାହିଁ ମୁଁ ଜାଣିନି

ଏତିକି କହିବି କେମିତି ଅଛ ଓ ସବୁ ଠିକଠାକ ରେ ଆରମ୍ଭ ହୋଇଥିଲା ଆମ କାହାଣୀ ।


ବସିଥିଲ ତୁମେ ବାନ୍ଧବୀ ସହ ତୁମର ଗୋଟିଏ କୋଣରେ

ସେଠି ହୋଇଥିଲା ପ୍ରଥମ ଦେଖା ଆମ ଦୁହିଁ ଜୀବନର ରଙ୍ଗମଞ୍ଚରେ

ସେ ସମୟେ କଳ୍ପନା ବାହାରେ ଥିଲା ଆମ ସମ୍ପର୍କ କାହାଣୀର ଶୂନ୍ୟତା

ଧୀରେ ଧୀରେ ଆମ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହେଲା କେଜାଣି କେମିତି ଅନାବିଡ଼ ନିବିଡ଼ତା ।


ଲୋମମୂଳ ଟାଙ୍କୁରି ଉଠୁଛି ଯେବେ ସ୍ମୃତି କେଇ ଫର୍ଦ ଆଙ୍କିଉଠୁଛି ଚିତ୍ର ଟିଏ ହୋଇ ଏ ହୃଦୟରେ ।


ଜାଣେନା ଆଜି ତୁମେ କେମିତି ଅଛ ପୁରୁଣା ସ୍ମୃତି ବିନା ଏ ସଂସାରରେ

ଆମର ସମ୍ପର୍କ ଛୋଟ ଏ କାହାଣୀରୁ କେତେ ଯେ ମିଳିନ ଆରମ୍ଭ ହୋଇଥିଲା ।


ସମୟର ସ୍ରୋତରେ ହସ ଖୁସିରେ କେମିତି ଯେ ଦିନସବୁ କଟିଗଲା

ଅହଂକୁ ଆଧାରୀ ସ୍ୱାର୍ଥପରତାକୁ ନିଜର କରି ଆଜି ଆମେ ଚାଲୁଛେ

ଜାଣିକି ଅଜଣା ହେବାର ଅଭିନୟ କରି ଆମେ ଦୁହେଁ ଭାରି ହସୁଛେ 

ଧୀରେ ଧୀରେ ସମ୍ପର୍କ ଆମର ଭାଙ୍ଗିବାକୁ ଯାଇ ଆଜି ପୁଣ୍ୟଛେଦ ପଡିଛି ।


ତୁମେ ତୁମ ବାଟରେ ମୁଁ ମୋ ବାଟରେ ଏକା ଏକା ଚାଲିବାକୁ ଆମକୁ ପଡୁଛି,

ସତରେ କେମିତି ଧନ୍ୟବାଦ ଦେବି ଟିକେ ତୁମକୁ ବୁଝି ପାରୁନି 

ପୁଣି ତୁମ ସଂଗେ ସମ୍ପର୍କର ପୂର୍ଣ୍ଣଛେଦ ହେଲେବି ମୁଁ କାହାକୁ କାହିଁକି କହି ପାରୁନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract