STORYMIRROR

Indrabadal Mohanty

Fantasy

4  

Indrabadal Mohanty

Fantasy

ତୁ....

ତୁ....

1 min
419

ସୌନ୍ଦର୍ଯ୍ୟର ପହିଲି କିରିଣ ତୁ,

ମୋ ପ୍ରେମର ଅନ୍ତହୀନ ସାଗର ତୁ,

ତୁ ହିଁ ପ୍ରୀତିର ପରସ ମୋ ହୃଦୟରେ,

ତୁ ହିଁ ସୌଦାଗର ମୋ ପ୍ରତ୍ୟେକ କ୍ଷଣରେ।

ଯୌବନର ଅଲିଭା ଫଗୁର ଆସର ତୁ,

ଜୀବନ ଡଙ୍ଗାରେ ସୁଖ ଦୁଃଖର ସାଥି ତୁ,

ତୁ ହି ଇନ୍ଦ୍ରାଣୀ ତୁ ହି ଶ୍ରାବଣୀ ମୋ ପ୍ରେମର ରାଇଜରେ,

ତୁ ହିଁ ପୁଣି ସୌଦାମିନୀ ମୋ ମନ ଅଗଣାରେ।

ଜୀବନର ପ୍ରତ୍ୟେକ ଉତ୍କଣ୍ଠାର ଉତ୍ସ ତୁ,

ସମସ୍ତ ପ୍ରେରଣାର ନାୟିକା ତୁ,

ତୁ ହିଁ ନିବିଡ଼ ବନ୍ଧୁତ୍ୱର ପରିସୀମାର ଉର୍ଦ୍ଧ୍ବରେ,

ତୁ ହିଁ ଅନୁଭବ ମୋ ପ୍ରତ୍ୟକ କ୍ଷଣ କ୍ଷଣରେ।

ପ୍ରିୟାରେ ତୁ ହି ମୋ ପ୍ରିୟତମା ଆଗାମୀ ଶହେ ଜନ୍ମରେ,

ତୋ ବିନା ମୂଲ୍ୟହୀନ ପ୍ରତ୍ୟେକ ଶବ୍ଦ

ଏ ଜୀବନର ଖୋଲା ବହିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy