STORYMIRROR

subrat kumar jena

Fantasy Inspirational

3  

subrat kumar jena

Fantasy Inspirational

ବଳିଦାନ

ବଳିଦାନ

1 min
187

କାହିଁ କେଉଁ ଅନାଦି କାଳ କାଳରୁ,

କେହି ପାରିବ କହି ହିସାବ ତାର ରଖିଛକି କେହି,

ନାଁ ପାରିବେନି କେହି

ଏତେ ସହଜ ନୁହଁ ଯାହା କହି ହୁଏ ଶବ୍ଦରେ,

ସେତିକି ସାମର୍ଥତା ଲାଗେନି ଅଛି କାହାଠାରେ,

ଏକଥା ବି ସତ ଅନେକ ପ୍ରଚେଷ୍ଟା କରିଥିଲେ ଏଥିଲାଗି,

ହେଲେ ସେ ସବୁ ନୁହଁ ପ୍ରଯ୍ୟାପ୍ତ ।


କିଏ ତାକୁ ନାମ ଦିଏ ନିଜ ଇଚ୍ଛାନୁସାରେ,

କେବେ ସମ୍ପର୍କର ସାଧା କାଗଜରେ,

ଏ ମାନବ ସମାଜ ଆଙ୍କି ବସେ ତାର ରୂପ ଗୁଣକୁ,

ଚିତ୍ର ବିଚିତ୍ର କରେ କେଉଁଠି ଜାୟା ,ଜନନୀ,ଭଗିନୀ ଭାବରେ,

କେବେ ପୁଣି ହିଂଶ୍ର ହୋଇ ଝାମ୍ପ ମାରେ ତାଉପରକୁ,

ନିଜର ପୁରୁଷତ୍ୱକୁ ଜାହିର କରିବାକୁ,

କିଏ ପୁଣି ଆଙ୍କିଦିଏ ତା ଜୀବନ ନାଟକରେ ,

କଳଙ୍କିନି ର ବଦନାମର ଚିତ୍ରକୁ...

ଅନ୍ୟାୟସରେ ଚେଷ୍ଟାକରେ ଉପଭୋଗ କରିବାକୁ,

ନିତି ନିତି ତାର ଚରିତ୍ରସଂଘାର କରି ନଙ୍ଗୁଳି କରିବାକୁ,

ହେଲେ ଏମାନେତ କାପୁରୁଷ,ପୁରୁଷ ଜାତିର କଳଙ୍କ,

କିନ୍ତୁ କୁଆଡେ ଯାଏ ସେତେବେଳେ ଗୋଟେ ମାଆର ହୃଦୟ?

ଶାଶୁ ରୂପରେ କଲବଲ କରି କିରାସିନି ରେ ,

ପୋଡି ମାରିବାକୁ ସାହାଯ୍ୟ କଲାବେଳେ।


କୁଆଡେ ଜାଏ ଗୋଟେ ଭଉଣୀର ପ୍ରେମ?

ନଣନ୍ଦ ଭାବରେ ନୂଆ ବିବାହିତା ଝିଅଟିକୁ ନିନ୍ଦା ଗଞ୍ଜଣା ଦେବାବେଳେ,

ସାମାନ୍ୟ କେତେଟା ଯୌତୁକର ଲୋଭରେ ।


ସେ କଣ ଚିନ୍ତାକରିପାରେନି କାଲି ହୁଏତ ତାପାଳି ଆସିପାରେ,

ବିଚାରି କଣ କରିପାରିଥାନ୍ତା ସେ?

ଅନେକ ଦୁଃଖ ,ଗଞ୍ଜଣା ସହି ନପାରି ହାରିଦିଏ ଜୀବନ,

ଏତ ନିତିଦିନିଆ ଘଟଣା ଆଜି ସମାଜର,

କେତେ ଜଣ ବଡ଼ପଣ୍ଡା ଆଗକୁ ଆସନ୍ତି ପ୍ରତିରୋଧ କରିବାକୁ ,

ବହୁତ କମ,ଜାହା ର ସଂଖ୍ୟା ଖାଲି ଆଙ୍ଗୁଳି ଗଣତି ।


କିନ୍ତୁ କିଏଥରେ ଚେଷ୍ଟା କରିଛ ସବୁ ଜନନୀର ଜନନୀ ମାଟି ମାକଥା,

ଏ ମାଆ ସିନା ପାଟି ଖୋଲି କହିଦିଏ ବେଦନାକୁ ତାର,

ନିର୍ଭୟାର ମାଆ ପରି ନ୍ୟାୟ ମାଗେ ଅଦାଲତ ଠାରୁ,

ହେଲେ ଜିଏ କହି ପାରେନି,ନିରବରେ ଖାଲି ସହୁଥାଏ ନିତି ନିତି,

ତାଲାଗି କଣ ଆମର କିଛି କରିବାର ନାହିଁ,

ଆମରି ପ୍ରିୟ ପୃଥିବୀକୁ ସରସ ସୁନ୍ଦର କରିବା ପାଇଁ

ସେ ଏ ମାଆ ହେଉ କି ସେ ମାଆ ହେଉ,

ତା ଭାଗ୍ୟରେ କଣ ସଦ ବଳିଦାନ ଲେଖା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy