STORYMIRROR

Tapaswini DashSarangi

Romance Fantasy

4  

Tapaswini DashSarangi

Romance Fantasy

ତୁମେ ଯଦି ହୁଅ

ତୁମେ ଯଦି ହୁଅ

1 min
531

ତୁମେ ଯଦି ହୁଅ ମଧୁଝରା ଜହ୍ନ

        ମୁଁ ହେବି ପୁନେଇ ରାତି

ତୁମେ ଯଦି ହୁଅ ସାଗରେ ଶାମୁକା

        ମୁଁ ହେବି ତୁମର ମୋତି ।

ତୁମେ ଯଦି ହୁଅ ଲେଖନୀର ମୂନ

        ମୁଁ ହେବି ତୁମ କବିତା

ତୁମେ ଯଦି ହୁଅ ମାଟିର ପ୍ରଦୀପ

        ମୁଁ ହେବି ତୁମ ସଳିତା ।

ତୁମେ ଯଦି ହୁଅ ଶ୍ରାବଣର ମାସ

        ମୁଁ ହେବି ଧାରା ଶ୍ରାବଣୀ

ତୁମେ ଯଦି ହୁଅ ତନ୍ଦ୍ରା ଭରା ରାତି

        ମୁଁ ହେବି ତ ନିଦ ରାଣୀ ।

ତୁମେ ଯଦି ହୁଅ ଗିରି ତରୁ ବନ

        ମୁଁ ହେବି ଅଳସୀ ନଈ

ତୁମେ ଯଦି ହୁଅ ଶରୀର ତା'ହେଲେ

        ମୁଁ ହେବି ତାହାର ଛାଇ ।

ତୁମେ ଯଦି ହୁଅ ଆଶାର ଆକାଶ

        ମୁଁ ହେବି ଆକାଂକ୍ଷା ତାରା

ତୁମେ ଯଦି ହୁଅ ସୁନ୍ଦର ଚିବୁକ

        ମୁଁ ହେବି ହସର ଧାରା ।

ତୁମେ ଯଦି ହୁଅ ଅଞ୍ଜନର ଗାର

       ମୁଁ ହେବି ମୃଗନୟନୀ

ତୁମେ ଯଦି ହୁଅ ସୁର ଲୟ ତାଳ

      ମୁଁ ହେବି ତେବେ ରାଗିଣୀ ।

ତୁମେ ଯଦି ହୁଅ ସାଗର ଲହଡି

       ମୁଁ ହେବି ସମୁଦ୍ର ତୀର

ତୁମେ ଯଦି ହୁଅ କୋମଳ ହୃଦୟ

       ମୁଁ ହେବି ସ୍ପନ୍ଦନ ତା'ର ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Romance