STORYMIRROR

Tapaswini DashSarangi

Abstract Fantasy Others

3  

Tapaswini DashSarangi

Abstract Fantasy Others

ନୂଆ ସକାଳର ଅପେକ୍ଷା

ନୂଆ ସକାଳର ଅପେକ୍ଷା

1 min
383

ନିର୍ବାସିତ ହେଉଥିଲେ ଅଭିମାନ କିଛି

କିଛି ବେନାମୀ ଅଭିଯୋଗ ଆଗରେ ।

ଅସ୍ତ ହେଉଥିଲେ କିଛି ଇଚ୍ଛା

ଅସ୍ତଗିରିର ଅଦେଖା ଉହାଡ଼ରେ ।

ଦଳି ହେଉଥିଲେ ବିଶ୍ବାସ କିଛି

ଛଳନାର ନିର୍ମମ ଚଲାପଥରେ ।

ବନ୍ଦୀ ହେଉଥିଲେ ଆତ୍ମୀୟତା କିଛି

ସ୍ଵାର୍ଥପର ସମ୍ପର୍କର କାରାଗାରରେ ।

ଏସବୁ ଭିତରେ ଅଦୃଶ୍ୟରେ

କେହିଜଣେ କହି ହେଉଥିଲା

ଅପେକ୍ଷା କର ଏକ ନୂଆ ସକାଳକୁ 

ହୃଦୟ ବି ନିଜ ଅସ୍ଥିରତାକୁ

ଆୟତରେ ରଖି ଚାହିଁ ରହିଥିଲା

ପୂର୍ବ ଦିଗର ଦୂର ବିହାୟସକୁ !!

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract