ଅନାବନା ଗୀତ।
ଅନାବନା ଗୀତ।
ଜନମ ଦେଲ ପ୍ରଭୁ ଆମକୁ ଘୋର କଳିଯୁଗରେ
କଳା କଳଙ୍କ କର୍ମରେ ମାତି ମରୁ ଛଟପଟରେ ।
ସତ୍ୟ ଧର୍ମ ନ୍ୟାୟ ଯାହା କରମରୁ ଦୂରେଇ ଦେଲୁ
ଆର୍ଥିକ ପ୍ରଗତି ପାଇଁ ଅନର୍ଥକୁ ନିଜେ କିଣିଲୁ ।
ଦୋଷ ଲଦାଲଦି ହୋଇ ବିତୁଅଛି ଆମ ଜୀବନ
ସମସ୍ତେ ନିର୍ଦ୍ଦୋଷ ଏଠି ଦୋଷୀ ନିଜେ ଟି ଭଗବାନ
ମଣିଷଙ୍କ ଗର୍ବ ଦମ୍ଭ ପ୍ରଭୁ ଆଉ ସହିବେ କେତେ?
ମଣିଷ ବିନାଶ ହେଉଛନ୍ତି ଏବେ ମଣିଷ ହାତେ ।
ଆରମ୍ଭ ହେଉଛି ମାତ୍ର ବ୍ୟାପିଯିବ ସଂସାର ସାରା
ବଞ୍ଚିବା ପାଇଁକି କେବଳ ପ୍ରଭୁ ହେ ତୁମେ ସାହାରା
ଧର୍ମ ସମ୍ପ୍ରଦାୟ ବାଦ ବିବାଦରେ ପୃଥି କମ୍ପିବ
ପରମାଣୁ ଅସ୍ତ୍ର ଶସ୍ତ୍ର ବେଳଦେଖି ଗର୍ଜି ଉଠିବ !
ଅହଙ୍କାର ଛାଡ଼ିବାକୁ କେହି ଜଣେ ନୁହେଁ ପ୍ରସ୍ତୁତ
କାହିଁକି ପଢ଼ି ଘୋଷନ୍ତି ଧର୍ମ ପାଇଁ ପୁରାଣ ଶାସ୍ତ୍ର ?
ଜାଣି ସିଆଣିଆ ହେଲେ ଆମେ କଳିଯୁଗ ମଣିଷ
ନିଜ କଲା କର୍ମ ପାଇଁ ନିଜେ ସବୁ ହେବା ବିନାଶ ।
ବିଜ୍ଞାନର ଦାନ ଆଖିରେ ଦେଖୁଛ ସଂହାର ଲୀଳା
ଭାବିଛ କି ବର୍ତିଯିବ ଓଳେଇଛ ଅତଞ୍ଛା କିଳା ?
ଭକ୍ତ ଟିଏ ହେବାପାଇଁ ଜଣେ କେହି ଆଗ୍ରହୀ ନୁହେଁ
ଭକ୍ତ ପାଇଁ ଭଗବାନ କଥା ଏବେ ଅନ୍ୟଥା ହୁଏ ।
ମାରଣ ପ୍ରକ୍ରିୟା ଆରମ୍ଭ ତାରଣ କରିବ କିଏ ।
ମାଳିକାରେ ଲୁଚି ନାହାନ୍ତି ପ୍ରଭୁ ସେ ଭକ୍ତ ହୃଦୟେ
ଭକ୍ତିର ଆବେଗମୟ ସ୍ରୋତ ଦୃଦେ ଛୁଟିବ କେବେ
ଲୋକ ଦେଖାଣିଆ ଭାବ ଯେତେ ପ୍ରଭୁ ପରୀକ୍ଷା ନେବେ ।
