STORYMIRROR

Bidyadhar Mantry

Abstract Inspirational

3  

Bidyadhar Mantry

Abstract Inspirational

ନବରାତ୍ରିରେ ହଟୁ ନଅ ମନ୍ଦ

ନବରାତ୍ରିରେ ହଟୁ ନଅ ମନ୍ଦ

1 min
185


ଏଇ ନବରାତ୍ରି ଶୁଭ ଅବସର 

ଆସ ଶପଥ କରିବା

ଜୀବନର ନଅ ମନ୍ଦ ଭାବନାକୁ

ପରିତ୍ୟାଗ କରିଦେବା।


ପ୍ରଥମ ରାତିରେ ଶପଥ କରିବା

କାମ ବାସନା ରହିତ

ଦ୍ଵିତୀୟ ରାତିରେ କ୍ରୋଧ ତ୍ୟାଗ ପାଇଁ

ଆସ କରିବା ଶପଥ ।


ତୃତୀୟ ରାତିରେ ମୋହ ଆକର୍ଷଣ

ହଟାଇ ଦେବା ମନରୁ

ଲୋଭ ଓ ଲାଳସା ଚତୁର୍ଥ ରାତିରେ

ଦୂର ହେଉ ହୃଦୟରୁ ।


ମଦ୍ୟ ପାନ ପାଇଁ ଆଗ୍ରହ ନ ହେଉ

ଶପଥ ପଞ୍ଚମ ରାତିର

ହିଂସା ଈର୍ଷା ମନରୁ ହଟାଇଦେବା

ଷଷ୍ଠ ରାତି ପାଇଁ ସ୍ଥିର ।


ସପ୍ତମୀ ରେ ସ୍ବାର୍ଥ ଚିନ୍ତା ତ୍ୟାଗ କରି

ପରୋପକାର ହେଉ

ଅଷ୍ଟମ ରାତି ଅନ୍ୟାୟ ବିରୁଦ୍ଧରେ

ସ୍ୱର ଉଠାଇବା ପାଇଁ

ନବମୀରେ କୃର ମନୋଭାବ ଛାଡ଼ି

ଜୀବ ଜନ୍ତୁ ରକ୍ଷା ପାଇଁ।


ଦଶମ ଦିନରେ ସକାଳୁ ପ୍ରସ୍ତୁତ

ନଅ ରାକ୍ଷସ କୁ ମାରି

ଅନ୍ତିମ ରାକ୍ଷସ ଅଟେ ଅହଂକାର

ତାକୁ ବି ହତ୍ୟା ଜରୁରୀ।


ତେବେ ଯାଇ ଏହି ନବରାତ୍ରୀ ପର୍ବ

ପ୍ରକୃତ ହେବ ପାଳନ

ଅଧର୍ମ ଉପରେ ଧର୍ମର ହିଁ ଜୟ

ରହିଥିବ ଚିରଦିନ।


ଅଭିନବ ଉପାୟରେ ନବରାତ୍ରି 

ପର୍ବ ହେଉ ସମାଜରେ

ନବଦୁର୍ଗା ନାମକୁ ସମ୍ମାନ ସହ

ପାଳନ ହେଉ ଖୁସିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract