STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଦୁର୍ଗାପୂଜା

ଦୁର୍ଗାପୂଜା

1 min
161


ଆବାହନ କରେ ବିଲୁଆ ବସିକି

ଆସନ୍ତୁ ଓହ୍ଲାଇ ତୁମେ

ମାନବ ସମାଜ ଆମରି ମାନଙ୍କୁ

ଧ୍ଵଂସ କରିଚାଲେ ଧାମେ।୧

କାଉ ନିବେଦନ ଦୁର୍ଗାମାଆ ପାଇଁ

ରକ୍ଷା କରୁ ନାହଁ କିଆଁ

ମରି ହଜିଗଲେ ଏ କାଉ ପ୍ରଜାତି

ନ ଖାଇ ଆପଣା ଛାଆଁ।୨

ଶାଗୁଣା ମୁଣ୍ଡରେ ଚଡ଼କ ଯେମିତି

ପୁର୍ବଜ ତାଙ୍କର ନାହିଁ

ଧ୍ବଂସ ହୋଇଗଲେ ତାଙ୍କର ପ୍ରଜାତି

ଏମିତି ଚାହୁଁଛ କାହିଁ?୩

ଚାଲ ଘର ଗୋଟେ ନ ପାଇ ଚଟିଆ

ଆଘାତ ମୁଣ୍ଡରେ ତାର

ବଂଶ ନାଶ ତାର ସୁନିଶ୍ଚିତ ଜାଣି

ଗୁହାରି ତୁମ ପୟର।୪

ବିଲୁଆ ଶାଗୁଣା ଚଟିଆ ଓ କାଉ

ଏକତ୍ରିତ ଆଜି ହୋଇ

ମାଆ ଦୁର୍ଗାଙ୍କର ପୂଜା କରୁଛନ୍ତି

ନିଜର ଭାବନା ଥୋଇ।୫

ଏ ମଣିଷ ଜାତି ଧ୍ଵଂସର କାରଣ

ନିଜର ଭାବ ପ୍ରକାଶି

ଭକତି ଅରଘ ଥୋଇଛନ୍ତି ସବୁ

ଦେହ ମନ ନୁହେଁ ଖୁସି।୬

ଶୁଣିକି ଦୁଃଖକୁ ମାଆ ଓହ୍ଲାଇଲେ

ସେମାନଙ୍କ ପାଶେ ଯେବେ

ଭୟାତୁର ହୋଇ ଯିଏ କେଉଁଆଡେ

ପଳାଇବା ହେଲେ ଭବେ ୮

ଆଶ୍ୱାସନା ଦେଇ ମାଆ କହିଗଲେ

ମୋଟେ ଭୟକର ନାହିଁ

ତୁମ ଆବାହନ ଶୁଣିକରି ଦେଖ 

ଆସିଛି ଏ ଧାମ ମୁହିଁ।୯ 

ଯେମିତି ଜାଣିଲେ ସ୍ଵୟଂ ମାଆଦୁର୍ଗା

ଅପରୂପ ଶୋଭା ଦେଖି

ଲୁହକୁ ଗଡ଼େଇ କିଛି ମାଗିଲେନି

ଯେମିତି ସଭିଏଁ ସୁଖୀ।୧୦

ମାଆ ଦୁର୍ଗାଙ୍କର ଶୁଭାଶିଷ ପାଇ

ମୁଣ୍ଡକୁ ନୁଆଇଁ ଦେଲେ

ଦେହ ଆଉ ମନ ପ୍ରଫୁଲ୍ଲ ସହିତ

ଲୁହ ସଦା ଝରାଇଲେ।୧୧

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract