STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଚାଷୀ ଭାଇଙ୍କୁ ସଲାମ

ଚାଷୀ ଭାଇଙ୍କୁ ସଲାମ

1 min
20


ଚାଷୀ ଭାଇଙ୍କୁ କୋଟି ସଲାମ ଘେନନ୍ତୁ ମୋର

ଯିଏ ସଂସାରେ ଯୋଗାଏ ଖାଦ୍ୟ ନ ଭାବି ପର।୧

ପର ଆପଣା ସବୁ ହିଁ ଭୁଲି ଯୋଗାଇ ଥାଏ 

ପ୍ରତିଟି ଲୋକ ତାର ଖାଦ୍ୟକୁ ଚାହିଁ କି ରହେ।୨

ପେଟରେ ଓଦା ଲୁଗାକୁ ଦେଇ ନୀରବ ଥାଏ

ଭୋକର କାଳେ ମନ ଭୁଲାଇ ଲୁହ ଆଖିଏ।୩

ଜୀବନ ହୁଏ ଲୁହାଠୁ ବଳି କାମ କଠିନ

ସକାଳୁ ସଂଜ ଅମାରେ ଖଟି କି ଅବା ପୁଣ୍ୟ?୪

ଘର ଜଞ୍ଜାଳ ଯେତେ ବା ଥାଉ ଅନାଅ ନାହିଁ

ବିଶ୍ଵ କଲ୍ୟାଣେ କର୍ମଟି କରି କି ଲାଭ ଚାହିଁ?୫

ନିତି ଖଟୁଛୁ ଧର୍ମର ନାମେ କିଏ ବା ଭଲ

କରୁଛି ସଦା ଶୋଷଣ ନିତି ତୋ ଖାଦ୍ୟ ଭଲ।6

ଖାଇବା ମୋଟେ ହୁଏ କି ଭଲ ଅବା ପିନ୍ଧିବା

ଶୋଇବା ଶାନ୍ତି ଥାଏ କି ତାର ରାତି କି ଦିବା?୭

ବିଶ୍ୱକୁ ସଦା ଖାଦ୍ୟ ଯୋଗାଇ ଆନନ୍ଦ ପାଉ 

ମରିଲେ ପଛେ କିଏ ବା ତୋତେ ପଚାରେ ଆଉ।୮

ଜନମ ତୋର ପରଙ୍କ ପାଇଁ ଏହି ମହୀରେ 

ନିଜର ଲୁହ ପିଇ କି ସଦା ହସୁ ଖୁସିରେ?୯

କୋଟି ପ୍ରଣାମ ଘେନ କୃଷକ ମୋହରି ଠାରୁ

ଈଶ୍ଵର ତୋତେ ଜନ୍ମ ଦେଇଛି ନ କରି ଭୀରୁ।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children