STORYMIRROR

SUKANTA KHANDA

Classics

4  

SUKANTA KHANDA

Classics

ତିନୋଟି କବିତା ସୁକାନ୍ତ ଖଣ୍ଡା

ତିନୋଟି କବିତା ସୁକାନ୍ତ ଖଣ୍ଡା

1 min
6


        ୧ମ କବିତା
 ଆସିଥିଲେ ଦିକୁ ଲୁଟିବା ସକାଶେ
      ଲୁଟିଲେ ଧନ ଦରବ
 କିନ୍ତୁ ଦିନେ ତାଙ୍କୁ ଫେରିବା ହୋଇଲା
     ମନୁ ଛାଡ଼ିଗଲା ଗରବ
     ଲାଙ୍ଗୁଡ଼କୁ ଜାକି ସରବ
ଧ୍ଵଂସ ହୋଇଗଲା ମନ ହୁରୁଦୟ
     ଯା' ଥିଲା ହେଲା ଖରବ।
          ୨ୟ କବିତା
 ଗର୍ବର ସହିତ ଆମେ କହୁଅଛୁ
    ସ୍ବାଧିନ ଭାରତେ ଜନ
ମିଳିତ କଣ୍ଠରେ ଗୀତ ଗାଉଅଛୁ
    ଜୟ ହେ' ରଘୁ ନନ୍ଦନ..
    ଆଉ ଜନଗଣ ମନ..
ପ୍ରେମରେ ଉଡ଼ାଇ ତ୍ରିରଙ୍ଗା ପତାକା
    ନିଜକୁ ଭାବୁଛୁ ଧନ୍ୟ।
        ୩ୟ କବିତା
 ଇଂରେଜ ଶାସକ ସ୍ବପ୍ନ ଦେଖୁଥିଲେ
    ଆମେ ଭାରତର ନାୟକ
ଦିଅଁଙ୍କୁ ଖାଇ କି ଖଟୁଲି ଖାଇବୁ
    ନିତି ଦେଉଥିବୁ ଶୋକ
   ଦିକୁ କୁହ ଅବା ଜୋକ
 ଆଜି ନିଜେ ନିଜ ଜିଭରେ ଧରି କି
    କହିବୁ କି ଭଲ ଲୋକ?
             ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics