Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Radhamohan Pujahari

Abstract Inspirational Children

5.0  

Radhamohan Pujahari

Abstract Inspirational Children

ମା' ପରି ହେବ କିଏ

ମା' ପରି ହେବ କିଏ

1 min
436


ମାଆ ଶବଦରେ ଅଛି ସ୍ନେହ ଭାବ

କରୁଣା ର ସେ ପ୍ରତୀକ,

ମାଆ ଶବଦଟି ବ୍ୟୋମଠୁ ବ୍ୟାପକ 

ମାଟି ଠୁ ନିବିଡ଼ ଅଧିକ । (୧)


ମାଆ ର ମମତା ଠାରୁ କିଛି ବଡ଼ 

ଦୁନିଆରେ ଆଉ ନାହିଁ,

ମାଆ ର ଶରଧା ସରାଗ ସନେହ 

ଆଉ ବା ମିଳିବ କାହିଁ । (୨)


ମାଆ ଡ଼ାକ ଖାଲି ଅନୁଭବି ପାରୁ 

ସିଏ ତ ଅବର୍ଣ୍ଣନୀୟ,

ଆଦି ଅନ୍ତ ସବୁ ମା' ଠାରୁ ହୁଏ 

ସଂସାରେ ସେ ଅଦ୍ୱିତୀୟ । (୩)


ଛୁଆ ର ମୁହଁ ରୁ ମାଆ ଡ଼ାକ ଶୁଣି 

ଭୁଲିଯାଏ ସବୁକିଛି,

ଅସହ୍ୟ ଗରଭ ବେଦନାକୁ ସହି 

ସଂସାରକୁ ସେ ଜିଣିଛି । (୪)


ଭୋକିଲା ଛୁଆର ପେଟ ଚିହ୍ନି ମାଆ 

ଖାଇବାକୁ ବାଢ଼ିଦିଏ, 

ଲାଳସା ନ ଥାଏ ପ୍ରତିଦାନେ ତା'ର 

ମାଆ ପରି ହେବ କିଏ । (୫)


ଦେହ ଖରାପରେ ମୁଣ୍ଡ ପାଖେ ବସେ 

ରାତି ରହେ ଉଜାଗରେ,

ନିଜ ପଣତରେ ବିଞ୍ଚି ଦିଏ ମାଆ 

ଅଶ୍ରୁପୂର୍ଣ୍ଣ ଭାବ ଭରେ । (୬)


ମାଆ ର କୋଳରେ ମୁଣ୍ଡ ରଖିଦେଲେ 

ନିଦ୍ରା ଦେବୀ ଆସେ ଧାଇଁ, 

ସର୍ବସ୍ବ ତ୍ୟାଗେ ସେ ଛୁଆ ମୁହେଁ ଟିକେ 

ହସ ଫୁଟାଇବା ପାଇଁ । (୭)


ଅମୃତମୟୀ ସେ ମମତାର ଦେବୀ 

ସର୍ବଂସହା ରୂପେ ଜଣା, 

ତା' ତ୍ୟାଗ ମମତା ବଳିଦାନ ପାଇଁ 

ବିଶ୍ଵମାତା ରେ ସେ ଗଣା । (୮)


Rate this content
Log in

Similar oriya poem from Abstract