Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Radhamohan Pujahari

Classics

4.0  

Radhamohan Pujahari

Classics

ଆଗୋ ପଳାଶ

ଆଗୋ ପଳାଶ

1 min
228


ଆଗୋ ପଳାଶ !

ଅପରୂପ ତୁମ ଶରୀରେ ଶୋଭିତ

କମଳା ରଙ୍ଗ ର ବାସ,

ଜନ୍ମ ଲଭି ତୁମେ ପ୍ରକୃତି କୋଳରେ

ଗ୍ରୀଷମେ ଧରା କୁ ଆସ ।


ଆଗୋ ପଳାଶ ! 

ପଲ୍ଲବିତ କର ଏ ଧରା ଧାମକୁ

ଅଧରେ ଫୁଟାଇ ହାସ,

ଗନ୍ଧ ବାସ କିଛି ନାହିଁ ବୋଲି ନର 

କରେ କେତେ ଉପହାସ ।


ଆଗୋ ପଳାଶ !

କୁସୁମ ଜଗତେ ନିନ୍ଦା ଅପବାଦେ 

ହୋଇନ ତୁମେ ଉଦାସ,

ପୂଜା ପାର୍ବଣ ରେ ଅଲୋଡ଼ା ହୋଇ ବି

ହୋଇନ କେବେ ହତାଶ ।


ଆଗୋ ପଳାଶ !

ମାଆ ମଙ୍ଗଳାଙ୍କ ଅତି ପ୍ରିୟ ତୁମେ

ନ ଥାଇ ବି ତୁମ ବାସ,

ମଙ୍ଗଳବାରରେ ଦରଶନ ଦେଇ 

ସଭିଙ୍କ ହୃଦୟେ ଆସ ।


ଆଗୋ ପଳାଶ !

ବାସହୀନ ହୋଇ ମାନସ ମୋହୁଛ

ଲଭିଛ ଭାବ ବିଶ୍ୱାସ,

ତୁମ ଅନାଦରେ ତୁମ ହତାଦରେ

ଜଗତ ହୋଇବ ନାଶ ।


ଆଗୋ ପଳାଶ !

ସଂସାରର ତୁମେ ସୁନ୍ଦର ସର୍ଜନା

ତୁମେ ସଦା ଅବିନାଶ,

ରହୁ ଦେବାଶିଷ ରହୁ ଅନୁକମ୍ପା

ପୂର୍ଣ୍ଣ ହେଉ ଅଭିଳାଷ ।


Rate this content
Log in

Similar oriya poem from Classics