ଜୟ ଯବାନ୍ ଜୟ କିଷାନ୍
ଜୟ ଯବାନ୍ ଜୟ କିଷାନ୍


ଭାବ୍'ଲେ ଆଏଜ୍ ଦୁଃଖ୍ ଲାଗୁଅଛେ
ଆମର୍ ଇ ଦେଶର୍ କଥା,
ହୀନ୍ ରାଜ୍'ନୀତି ଦେଖିକରି ଲାଜେ
ଲୁଇଁ ଯାଉଛେ ମୋର୍ ମଥା ।
କହେଲେ କହେବା କହୁଛେ,
"ଜୟ ଯବାନ୍ ଜୟ କିଷାନ୍" ନାଁ ଥି
ଚୁଛାଟାରେ ହାୱା ବହୁଛେ ।
ଆମର୍ ଦେଶର୍ ଚଷା ଭାଈ ମାନେ
ବିକ୍'ଲେ ଯାଉଛନ୍ ମରି,
ବେଂକୁ ନେଉଥିଲା ଲାଗର୍ ଭାର୍ କେ
ନାଇଁ ଶୁଝି ପାରି କରି ।
ସରକାର୍ ସବ୍ ଦେଖୁଛେ,
ସେଁର୍'ରିଆ ମୁହେଁ ଚାଷୀ ମୃତ୍ୟୁ ହାର୍
କାଗଜ୍ କଲ୍'ମେ ଲେଖୁଛେ ।
ଯବାନ୍ ଭାଈ ଇ ଦେଶର୍ ସୀମା ଥି
ଦିନ୍ ରାଏତ୍ ଲଢୁଛନ୍,
ନେତା ତାକର୍ କାନ୍ଧେ ବନ୍ଧୁକ୍ ରଖି
ଆମର୍ ଦେଶ୍ ଗଢୁଛନ୍ ।
ଯବାନ୍ ଆମର୍ ମଲେନ,
ରକ୍ଷକ୍ ନାଁ ଥି ଭକ୍ଷକ୍ ସାଜି ନେତା
ଦେଶ୍ କେ ଖୁଂଖ୍'ଡ଼ା କଲେନ ।
"ଜୟ ଯବାନ୍ ଜୟ କିଷାନ୍" ନାରା
ଦେଉଥିଲେ କାଣା ହେବା ??
ଅନ୍ନଦାତା କିମ୍ବା ପ୍ରାଣଦାତା ଯଦି
ଅକାରଣେ ଜୀବନ୍ ଦେବା ।
ଦିନେର୍ ଲାଗି କଲେ ସୁର୍,
ହେତୁ ରଖ୍ ଦେଶ୍ ବିକାଶର୍ ପଥୁ
କେଥ୍'ନି କେତେ ଅଛେ ଦୂର୍ ।