କବିତା : "ମୋ ବାପା"
କବିତା : "ମୋ ବାପା"


ବାପା ଶବଦରେ ଅଛି ସ୍ନେହ ଭାବ
କରୁଣା ର ସେ ପ୍ରତୀକ,
ବାପା ଶବଦଟି ବ୍ୟୋମଠୁ ବ୍ୟାପକ
ମାଟି ଠୁ ନିବିଡ଼ ଅଧିକ ।
ବାପାଙ୍କର ସ୍ନେହ ଠାରୁ କିଛି ବଡ଼
ଦୁନିଆରେ ଆଉ ନାହିଁ,
ବାପାଙ୍କ ଶରଧା ସରାଗ ସନେହ
ଆଉ ବା ମିଳିବ କାହିଁ ।
ବାପା ଡ଼ାକ ଖାଲି ଅନୁଭବି ପାରୁ
ସିଏ ତ ଅବର୍ଣ୍ଣନୀୟ,
ଆଦି ଅନ୍ତ ସବୁ ବାପାଙ୍କଠୁ ହୁଏ
ସଂସାରେ ସେ ଅଦ୍ୱିତୀୟ ।