STORYMIRROR

Sasmita Das

Abstract Inspirational Others

3  

Sasmita Das

Abstract Inspirational Others

ମୋ ମା’

ମୋ ମା’

1 min
13.8K


ଆଜି ଯେବେଆଖିରେ ଲୁହଆସେ

ମନେ ପଡ଼େ ଆପଣା ମୁଁହ ଟିଏ

ଧାଇଁ ଜାଏ ଅଗଣା କୁ

ନିରେଖି ଚାହେଁ କହ୍ନ କୁ

ସେ କାଳେ ଜହ୍ନ ଭିତରେ ଅଛି 

ଲୁଚି ଲୁଚି ମୋତେ ସେ ଦେଖୁଛି ।

 ଯେବେ ଥିଲା ପାଖରେ ମୋର

ସହି ପାରେନି ଟୋପାଟିଏ

ଲୁହ ମୋ ଆଖିର ।

ଅନ୍ଧାରକୁ ଡରିଯେବେ ଉଠେ କାନ୍ଦି

ଛାତିରେ ଜାବୁଡ଼ି ଧରୁଥିଲା ବାନ୍ଧି ।

ଝୁଣ୍ଟି ଜଦି ପଡ଼େ ଯେବେ

ପଣତ କାନିରେ ପୋଛୁ ପୋଛୁ ମୋ ଲୁହକୁ

ତାଆଖିରୁ ଝରୁଥଏ ଅସରା ଅସରା ଲୁହ,

ଛାଇ ପରି ପାଖେ ଥାଏ

ମୁଁ ହସିଲେ ହସୁଥାଏ

ଝରିବାକୁ ଦିଏନାହିଁ ଲୁହର ଧାର

ସେଆଉ କେହି ନୁହେଁ

ମମତାମୟୀ ମାଆ ମୋର ।

କାହିଁ କେତେ ଦୂରେ ସିଏ

ମୋ ଠାରୁ ଆଜି

ଶୁଣିପାରେ ନାହିଁ ତା ମିଠାମିଠା ସ୍ଵର

ପରସ ପାଏନି ତା କୋମଳ ହାତର,

ତଥାପି ଜହ୍ନ କୁ ଦେଖିଲେ

ତା ଛବି ଦିଶୁଛି

ଆଉସେ ସୁନେଲି କିରଣ ଭିତରେ

ସେ ଯେମିତି ହାତ ବଢ଼ାଇ

ଛୁଇଁ ଯାଉଛି ମୋ ମଥାକୁ

କହୁଛି ଧନ ମୁଁ ପରା ସାଥିରେ ଅଛି .....

 .......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract