Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Radhamohan Pujahari

Inspirational Children

4  

Radhamohan Pujahari

Inspirational Children

ରଜ ପର୍ବ

ରଜ ପର୍ବ

1 min
234


ଓଡ଼ିଶା ରାଜ୍ୟର ଗଣ ପରବ ଏ

ପାଳୁ ତିନି ଦିନ ଧରି,

ଏହି ପର୍ବେ ଚାଷ ଆରମ୍ଭ ଯେ ହୁଏ

ବର୍ଷା ପଡ଼ିଥାଏ ଝରି ।


ପ୍ରଥମ ଦିନକୁ ପହିଲି ରଜର

ନାମେ ଲୋକ ପାଳିଥା'ନ୍ତି,

ଲୋକେ ପାଳିଥାନ୍ତି ଦ୍ଵିତୀୟ ଦିନକୁ 

ନାମେ ରଜ ସଙ୍କରାନ୍ତି ।


ତୃତୀୟ ଦିବସ ଭୂମି ଦାହ ରୂପେ

ପାଳିତ ହୁଅଇ ଜାଣ,

ରଜ ପରବର ଅନ୍ତିମ ଦିବସେ 

ହୁଏ ବସୁମତୀ ସ୍ନାନ ।


ପାନ ଖିଆ ପୋଡ଼ ପିଠା ପରମ୍ପରା 

ରଜର ସେ ଆକର୍ଷଣ,

ଝିଅଙ୍କର ପୁଚି ଆଉ ଦୋଳି ଖେଳ

କିଣି ନେଇଥାଏ ମନ ।


ଏହି ଦିନେ ଖାଲି ପାଦେ ଚାଲିବାକୁ

କୁମାରୀଙ୍କୁ ମନା ଥାଏ,

ସୁସଜ୍ଜିତ ରଜ ଦୋଳିରେ ବସି ସେ 

କେତେ ରଜ ଗୀତ ଗାଏ ।



Rate this content
Log in

Similar oriya poem from Inspirational