STORYMIRROR

Radhamohan Pujahari

Tragedy

4  

Radhamohan Pujahari

Tragedy

ହତଭାଗା

ହତଭାଗା

1 min
114

ଦୀନହୀନ ଜରାଜୀର୍ଣ୍ଣ

ପଥ ପ୍ରାନ୍ତେ କରୁଥାଏ

ନିର୍ଭୟରେ ବିଚରଣ

ମୁଣ୍ଡ ଝାଳ ତୁଣ୍ଡେ ମାରି

ଝୁଲା ବସ୍ତା କାନ୍ଧେ ଧରି

ଖୋଜୁଥାଏ ପ୍ରତିଦିନ

ପ୍ଲାଷ୍ଟିକ ଡବା ଓ ଟିଣ

ମନେ ଥାଏ ଉତ୍କଣ୍ଠା

ପେଟ ପାଇଁ ଦୁଇ ମୁଠା

ଅସଫଳ ହୁଏ ସିନା

ମରେ ନାହିଁ ଭୋକ ବିନା

ବଢ଼ିଚାଲେ କର୍ମ ପଥେ

ଆସ୍ଥା ରଖେ ଧର୍ମ ପଥେ

ବିଶ୍ୱାସ ରଖେ ଦୃଢ଼ କରି ମନ,

ଅସହାୟେ ସାହା ଖୋଜେ

ବଞ୍ଚିବାର ରାହା ଖୋଜେ

ବୋଧେ ଏହା ହିଁ ତା' ଜୀବନ ।


ମରି ମରି ବଞ୍ଚୁଥାଏ

ଯାହା ପାଏ ସଞ୍ଚୁଥାଏ

ଆଶା ଥାଏ ନିଶ୍ଚୟ ପାଇବ

ଦୁଇ ଓଳି ଦୁଇ ମୁଠା 

ପେଟ ଭରି ଖାଇବ

କିନ୍ତୁ ବିଧିର ବିଧାନ

କେ କରିବ ଆନ

କ୍ଷୁଧା ର ଯନ୍ତ୍ରଣାରେ ସେ

କରେ କରୁଣ କ୍ରନ୍ଦନ

ବହୁ କଷ୍ଟେ ତୃଷାର୍ତ୍ତ କଣ୍ଠେ

କରେ ନିବେଦନ

ଅନ୍ଧ ମୂକ ଏ ସମାଜେ

ଅନ୍ତ ହୁଏ ମାନବିକତାର

ମରିଯାଏ ବିବେକ ଓ

ଜନ୍ମ ହୁଏ ପାଶବିକତାର ।


ଲୀନ ହୁଏ ଅଭାଗାର

ଆକୁଳ ଚିତ୍କାର

ମର୍ମାହତେ ସମାଜକୁ

କରେ ସେ ଧିକ୍କାର

ଭାଗ୍ୟକୁ ଆଦରି ସେ

ପଡ଼ି ରହେ ମୃତ ପ୍ରାୟ

କଳୁଷିତ ସମାଜରେ

କାହାର ଏ ଦାୟ ?

ଭୋକ ର ଦାବାନଳେ

ଆଖି ବୁଜି ଦିଏ ସେ

ପ୍ରକୃତି ର କୋଳେ

ଜନ୍ମିଥିଲା ଏ ସଂସାରେ

ହୋଇ ସେ ଆଭାଗା

କଳୁଷ ଏ ସମାଜେ ତା

ପରିଚୟ "ହତଭାଗା" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy