STORYMIRROR

Radhamohan Pujahari

Tragedy

2  

Radhamohan Pujahari

Tragedy

"ବିରହ ବେଦନା"

"ବିରହ ବେଦନା"

1 min
20

କେମିତି କହିବି ପାଖେ ନାହଁ ବୋଲି

ହୃଦୟ ରେ ସଦା ରହିଲ,

ଶୟନେ ସପନେ ମଧୁ ଜୋଛନା ରେ

ପ୍ରାଣପ୍ରିୟ ମନ ମୋହିଲ ।


ଅନାବିଳ ପ୍ରେମେ ଭିଜେଇଲ ସାଥୀ 

ମନ କୁ ସାରଥୀ କରି,

ଦୁଃଖେ ସୁଖେ ମୋର ବ୍ରତୀ ହେଲ ତୁମେ

ପ୍ରେମର ଜୁଆର ଭରି ।


ଜାଣେ ମୁହିଁ ତୁମ ମନର ବେଦନା

କେତେ କଷ୍ଟେ ରହିଥିବ,

ପ୍ରତୀକ୍ଷା ରହିଲା ସମୟ ସ୍ରୋତରେ

ସବୁ ଦୁଃଖ ବହିଯିବ ।


ନିରୁପାୟ ମୁହିଁ ଏ ସ୍ଵାର୍ଥି ସମାଜେ

ଖୋଜି ପାଉନାହିଁ ରାହା,

ଦୁଃଖଭରା ଏଇ ଜୀବନେ ଘଟିବ

ଆମ ଭାଗ୍ୟେ ଥିବ ଯାହା ।


ଦୂରେ ଅଛ ବୋଲି ଯେତିକି ବାଧୁନି

ବାଧେ ତୁମ ଦୁଃଖ ଶୁଣି,

କିନ୍ତୁ କଥା ଦେଲି ହସି ହସାଇବି

ପ୍ରେମଭରା ମଞ୍ଜି ବୁଣି ।


କଷ୍ଟ ହୁଏ ମନେ ତୁମେ ନାହଁ ବୋଲି

ନୟନୁ ଝରେ ଲୋତକ,

ସ୍ନେହାଶିଷ ଦିଏ ଜନମ ଦିନରେ

ଭୁଲି ସବୁ ଦୁଃଖ ଶୋକ ।


विषय का मूल्यांकन करें
लॉग इन

Similar oriya poem from Tragedy