STORYMIRROR

Abhakanta None

Abstract Others Inspirational

3  

Abhakanta None

Abstract Others Inspirational

ଡର

ଡର

1 min
13.8K


ଜନ୍ମ ନିଆଁ ଠାରୁ ଜୁଇ ନିଆଁ ମଧ୍ୟେ

ଧିକିଧିକି ଜଳେ ଜୀବନ ନିଆଁ

ମୄତ୍ୟୁ ମହା ସତ୍ୟ ଜାଣିବି ମଣିଷ

ସଦା ମୄତ୍ୟୁ ଭୟେ ହୁଏ ଛାନିଆଁ

ଅନାବିଳ ଆତ୍ମା ଆବିଳେ ଜଡ଼ଇ

ଯେଉଁ ଦିନୁ ହେଲା ଶରୀରେ ବନ୍ଦୀ

ଭୁଲି ପୂର୍ବାପର ପାଳଇ ଆତୁର

ମୋହ,ମାୟା,ସ୍ବାର୍ଥ,ଭୟର ଫନ୍ଦି

ଭାବେ ମହୀମୋହ ମହୀରୁହ ସାଜୁ

ତେଣୁ କରିବସେ ପ୍ରଯତ୍ନ ନାନା

ଛଳ ବଳ କଳ କୌଶଳ ରଚଇ

ଅବହେଳି ନ୍ୟାୟ ବିଚାରେ ସିନା

ସମୟ ସମୁଦ୍ର ବେଳାରୁ ଅଜସ୍ର

ପଦାଙ୍କ ଲିଭାଏ ଉଛୁଳା ଢେଉ

ଜାଣିବି ଅଜଣା ମାଜଣା କରନ୍ତି

ସ୍ବାର୍ଥନ୍ବେଷୀ ଥାପି ପଦାଙ୍କ ବହୁ

ଜନ୍ମ ବି ଚାଲିଛି ମୄତ୍ୟୁ ବି ଚାଲିଛି

ହେଲେ ମୄତ୍ୟୁ ଭୟ ବଢାଏ ବପୁ

ଅସଂଖ୍ୟ ଦୄଷ୍ଟାନ୍ତ ପାଇବି ପ୍ରୟାସେ

ଯେମିତି ସେମିତି ଏ ଧାରା ଟପୁ

ସେ ଲାଗି ମଣିଷ ଲୋଭ ଶେଷଶ୍ବାସ

ଯାଏ ଅବିଚ୍ଛିନ୍ନେ ରୁହଇ ଜଡି

ଶରୀର ସାମର୍ଥ୍ୟହରା ହୋଇ ପଛେ

ରହିଥାଉ ଶେଷ ଶଯ୍ୟାରେ ପଡି

ଅଦ୍ଭୁତ ଏ ମୋହ ଅଦ୍ଭୁତ ଏ ମାୟା

ଆହୁରି ଅଦ୍ଭୁତ ସ୍ବାର୍ଥ ବିଚାର

ମଣିଷ ବନରେ ତେଣୁ ମଣିଷତ୍ବ

କାଁ ଭାଁ ହୋଇଥାଏ ସଞ୍ଚାର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract