STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଭକତ ଭୋଳିଆ

ଭକତ ଭୋଳିଆ

1 min
329


ଭକତ ଭୋଳିଆ ଜଗନ୍ନାଥ ବୋଲି

ନଜାଣଇ କିଏ କହ 

ଭକତଙ୍କ ଲାଗି ଭକତଜୀବନ

ଭାଳୁଥାନ୍ତି ଅହରହ ।


ସେ କେଉଁ ଭକତ ଯା ମାନ ମହତ

ରଖିନାହାନ୍ତି ଶ୍ରୀହରି 

ଲକ୍ଷେ ଯୋଜନରୁ ଗଜ ଡାକ ଦେଲା

ରଖିଲେ ଗ୍ରାହକୁ ମାରି ।


କୁରୁସଭା ତଳେ ଦ୍ରୌପଦୀ ଡାକିଲା

ରଖିଲେ ତାର ମହତ 

କୋଟିବସ୍ତ୍ର ଦେଇ ଭକତ ଭୋଳିଆ

ରଖିଲେ ତାର ଇଜ୍ଜତ ।


ବନରେ ମୃଗୁଣୀ ଡାକକୁ ଶୁଣିଲେ

ଯେବେ ଭକତ ଭୋଳିଆ

ବ୍ୟାଧ ବିନାଶିଲେ ମୃଗୁଣୀ ରଖିଲେ

ପୁରାଣପୁରୁଷ ଆହା ।


ହସ୍ତିନାକୁ ଗଲେ ଅର୍ଜୁନ ରଥରେ

ଏଇ ଭକତ ଭୋଳିଆ

ମହାଭାରତରେ ଛଳେ ନାଶ କଲେ

କୌରବ ସେନାଙ୍କୁ ଯାହା ।


ସୁଦାମା ସଖାଙ୍କ ପ୍ରେମ ଭକତିରେ

ଭକତ ଭୋଳିଆ ପରା

ଦେଲେ ଯେଉଁ ଧନ ତାହାକୁ ଦେଖିଲା

ଆମ ସସାଗରା ଧରା ।


ପାପୀ ଗୃଧ୍ର ଅଜାମିଳ ବିପ୍ର ତ୍ରାଣ

କଲେ ଭକତ ଭୋଳିଆ 

ସୁଗ୍ରୀବ ବିଭୀଷଣେ ଶରଣ ଦେଇ

ରାଜା କଲେ ଚଉବାହା ।


ଦାସିଆ ନଡିଆ ନେଲେ ଭାବ ଭୋଳେ

ଭକତ ବାନ୍ଧବ ହରି

ବଳରାମ ଦାସ ଡକାରେ ସେ ଥିଲେ

ବାଲିରଥେ ବିଜେ କରି।


ଚାରିଦିନ କାଳ ରଥ ରୁହାଇଲେ

ସାଲବେଗ ଭକତିରେ 

ପୁରୁଷକୁ ନାରୀ ରୂପ ଦେଲେ ପରା

ଜଗନ୍ନାଥ ଭକତିରେ ।


ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ଭକତିରେ

ଧରିଲେ ଦାରୁଶରୀର

ନୀଳାଚଳେ ବସି ଭକତ ଭୋଳିଆ

ଭାବ ଲଗାଏ ଅପାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract