STORYMIRROR

suchismita Sahu

Abstract Inspirational

4  

suchismita Sahu

Abstract Inspirational

ବୋହୂ

ବୋହୂ

1 min
223

ବୋହୂ,

ଧୀରେ ଧୀରେ ପାଦେ

ବାଟ ଚାଲୁଥାଇ 

ପାଦ ପଡୁଥାଇ ବଙ୍କା

ଓଢଣା ଫାଙ୍କରେ

ନିତି ଚାଁହୁ ଥାଏ 

ମନେ ଭରିଥାଏ ଶଙ୍କା ।

କିଏ ସେ ଖୁଡୁତା,

କିଏ ତା ଦେଢୁତା

କିଏ ବା ତାର ଶଶୁର

ନାଁ ଧରିବାଟା ବହୁଦୂର କଥା

ଦୂରରୁ ହୁଏ ଜୁହାର

ହାତେ ଓଢଣା ଟାଣି ସେ 

ସାଜିଛି ଆଜି ଗୃହିଣୀ

ମିଠା ମିଠା କଥା କହି

ସଭିଙ୍କୁ ମୋହିଛି

ସତେ କି କରିଛି ଗୁଣି

ଘର କରଣା ତାକୁ ସବୁ ଜଣା

ଉତ୍ତମ ଗୃହିଣୀ ହେବ

ବଡ଼ସାନ ଭେଦଭାବ ଛାଡି

ସଭିଙ୍କୁ ଆପଣାର କରିବ

ହାତରେ ଭରିଛି ଅମୃତ

କଳଶ ମନଭରି ପରଷିବ

ଶାଶୁ ଶଶୁର ଶୋଇଗଲା ପରେ

ଗୋଡ ହାତ ଘଷି ଦେବ

କେବେ ଦେବନାହିଁ ଓଲଟ ଉତ୍ତର

କେବେ କରିବନି ଉଚ୍ଚ ତାର ସ୍ୱର

ସଭିଙ୍କ ହଁ ରେ ହଁ ଭରିବ

କଷ୍ଟହେଲେ ତାର ହୃଦୟକୁ

ଚୁପି ଚୁପି କାନ୍ଦୁଥିବ

ସ୍ୱାମୀଙ୍କର ଆଜ୍ଞା ପାଳନ କରିବ

ତାଙ୍କ ସେବାରେ

କେବେ ହେଳା ନକରି 

ଗାଳି ମାଡ ଖାଇ ମଧ୍ୟ

ମୁଁହ କେବେ ନ ଖୋଲିବ

ବନ୍ଧୁ ବାନ୍ଧବଙ୍କ ସ୍ୱାଗତରେ

କିଛି କମି ନରଖିବ

ଝାଡୁ, ବାସନ, ଘର ସଫା

କରି ସୁନା ବୋହୂ ବୋଲାଇବ ।

ଆଜି କାଲି ବୋହୂ କଥା

କହିଲେ ଲାଗିବ

ମନରେ ବ୍ୟଥା

ସକାଳୁ ଉଠିବା

ଘର କାମ କରି

ସଭିଙ୍କ ମନମୋହିବା

ହୋଇଗଲାଣି ଏ ସବୁ 

ପୁରୁଣା ପ୍ରଥା 

ନିଜ ଇଚ୍ଛାରେ

ନିଜେ ସେ ବଞ୍ଚିବ

କାହା କଥା ଆଉ କାହିଁକି ଭାବିବ

କଣ୍ଢେଇଟେ ପରି

କାହା ଇସାରା ରେ 

କାହିଁକି ନାଚିବ

ବୋହୂ କରିଲାଣି 

ରୋଜଗାର ଏବେ

ସ୍ୱାମୀ ସହ ଏବେ

ସମାନ ହୋଇବ ।।


Rate this content
Log in

Similar oriya poem from Abstract