ଗ୍ରୀଷ୍ମାଗମନ
ଗ୍ରୀଷ୍ମାଗମନ
ଉତ୍ତପ୍ତ ପିଣ୍ଡ ପରି ଆଭାସ
ହୁଅଇ ପୃଥିବୀ ଆଜ
ଝାଉଁଳି ପଡ଼ଇ ବୃକ୍ଷ ଲତା ରାଜି
ହରାଇ ବସିଛି ଶୃଙ୍ଗାରସାଜ
ତ୍ରାହି ତ୍ରାହି ଡାକେ ଧରଣୀ
ସାଜି ଚାତକ ରାଣୀ
ଅତିଷ୍ଟ ହୁଅଇ ହାଣ୍ଡିଶାଳେ
ସର୍ବ ଗୃହେ ଗୃହିଣୀ
ଦେହରୁ ବୁ୍ହଇ ଶ୍ରମର ଝାଳ
କାମ କରେ ଶ୍ରମିକ
କିଏ ବା ଉପସମ କରିବ
ବିନା ଶ୍ରମରେ
ଗରିବ ପେଟ ର ଭୋକ
ଆତୁରେ ବିହଙ୍ଗ ଉଡ଼ନ୍ତି
ଖାଦ୍ୟ ପାନୀୟ ପାଇଁ
କିଏ ମେଣ୍ଟାଇ ପାରିବ ଜଳାଭାବ
ଜଳାଶୟ ବା କାହିଁ
ଆଖି ବୁଲାଇବ ଯୋଉଁଠି
ଭାଷମାନ.. ନବଚୁମ୍ବି ପ୍ରସାଦ
ଥଣ୍ଡା କରିବାକୁ ପୃଥି କୁ
ବୃକ୍ଷ୍ୟ ରାଜି ଅଭାବ
ନିଜ ସୁଖ ପାଇଁ ମନୁଷ୍ୟ
କରିଛି ଜଙ୍ଗଲ ପଦା
ଡାକୁଛି ବିକଳେ ପ୍ରଭୂ ହେ
ହୁଅ ଧରା ରେ ଉଭା
ଗ୍ରୀଷ୍ମ ର ପ୍ରଭାବ କରଇ
ବାଷ୍ପ ଜଳକୁ
ବାଷ୍ପୀଭୁତ ହୋଇ ସେହି ଜଳ
ବରଷା ରୂପେ ଖସି ପଡେ ତଳକୁ
ଧଳା ଫୁଲ ଫୁଟି
ମହାକାଇ ଦିଏ ଧରା ପୃଷ୍ଟ କୁ
ସୌନ୍ଦର୍ଯ୍ୟ ସୁଗନ୍ଧେ ଆକୃଷ୍ଟ କରଇ
ମନ ପ୍ରାଣ କୁ ।
