STORYMIRROR

suchismita Sahu

Fantasy

4  

suchismita Sahu

Fantasy

ଗ୍ରୀଷ୍ମାଗମନ

ଗ୍ରୀଷ୍ମାଗମନ

1 min
14

ଉତ୍ତପ୍ତ ପିଣ୍ଡ ପରି ଆଭାସ 

ହୁଅଇ ପୃଥିବୀ ଆଜ 

ଝାଉଁଳି ପଡ଼ଇ ବୃକ୍ଷ ଲତା ରାଜି 

ହରାଇ ବସିଛି ଶୃଙ୍ଗାରସାଜ 

ତ୍ରାହି ତ୍ରାହି ଡାକେ ଧରଣୀ 

ସାଜି ଚାତକ ରାଣୀ 

ଅତିଷ୍ଟ ହୁଅଇ ହାଣ୍ଡିଶାଳେ

ସର୍ବ ଗୃହେ ଗୃହିଣୀ 

 ଦେହରୁ ବୁ୍ହଇ ଶ୍ରମର ଝାଳ 

କାମ କରେ ଶ୍ରମିକ 

କିଏ ବା ଉପସମ କରିବ

ବିନା ଶ୍ରମରେ 

ଗରିବ ପେଟ ର ଭୋକ 

ଆତୁରେ ବିହଙ୍ଗ ଉଡ଼ନ୍ତି 

ଖାଦ୍ୟ ପାନୀୟ ପାଇଁ 

କିଏ ମେଣ୍ଟାଇ ପାରିବ ଜଳାଭାବ 

ଜଳାଶୟ ବା କାହିଁ 

ଆଖି ବୁଲାଇବ ଯୋଉଁଠି 

ଭାଷମାନ.. ନବଚୁମ୍ବି ପ୍ରସାଦ 

ଥଣ୍ଡା କରିବାକୁ ପୃଥି କୁ 

ବୃକ୍ଷ୍ୟ ରାଜି ଅଭାବ 

ନିଜ ସୁଖ ପାଇଁ ମନୁଷ୍ୟ 

କରିଛି ଜଙ୍ଗଲ ପଦା 

ଡାକୁଛି ବିକଳେ ପ୍ରଭୂ ହେ 

ହୁଅ ଧରା ରେ ଉଭା 

ଗ୍ରୀଷ୍ମ ର ପ୍ରଭାବ କରଇ 

ବାଷ୍ପ ଜଳକୁ 

ବାଷ୍ପୀଭୁତ ହୋଇ ସେହି ଜଳ 

ବରଷା ରୂପେ ଖସି ପଡେ ତଳକୁ 

ଧଳା ଫୁଲ ଫୁଟି 

ମହାକାଇ ଦିଏ ଧରା ପୃଷ୍ଟ କୁ 

ସୌନ୍ଦର୍ଯ୍ୟ ସୁଗନ୍ଧେ ଆକୃଷ୍ଟ କରଇ 

ମନ ପ୍ରାଣ କୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy