STORYMIRROR

suchismita Sahu

Classics

3  

suchismita Sahu

Classics

ଶୀତ

ଶୀତ

1 min
156

ପ୍ରବାଦ ଅଛଇ ବହୁ ପୁରା କାଳୁ

କୁମାରୀ ମାନଙ୍କ 

ଭୋଗ ଡାଲ ଦେଇ 

ଶୀତ ପ୍ରବେଶ କରଇ ଘରେ!!

ଶୀତର ପ୍ରକୋପେ

ପ୍ରକମ୍ପିତ ଧରା 

ଦେହ ଥରେ ଓଠ ଥରେ!!

ଆଗମନ ହୁଏ ଦୁର୍ଗା ମା ଙ୍କର

କାଶ ତଣ୍ଡି ଫୁଲେ ଫୁଲେ

ଗହଳି ଚହଳି ଲାଗି ରହି ଥାଏ

ପୁର ପଲ୍ଲୀ ଘରେ ଘରେ!!

ଦଶହରା ପୂଜା ପରେ

କାଳୀ ପୂଜା ଉପନୀତ ହୁଏ

ମାର୍ଜନାଇ ଛୋଟ ବଡ ପେଣ୍ଡାଲରେ!!

ଦୀପାବଳି ମୋଧେ ବିଭିନ୍ନ ରଙ୍ଗର ଝୋଟି

ଲକ୍ଷ୍ମୀ ଗଣେଶଙ୍କ ଆବାହନ କରି

ଲୋକେ ହୋଇ ଥାଆନ୍ତି ତୃପ୍ତି!!

ଧରମ ମାସ କାର୍ତ୍ତିକ

 ପଛେ ପଛେ ଅସି ଉପନୀତ ହୁଏ

ମାସଟା ଯାକ ରହିବାକୁ ହୁଏ ସାତ୍ଵିକ!!

ମୁଗ ଡାଲମା କୁ ଅରୁଆ ଭାତ

ଏକ ଓଳା ଖାଇ ବିଧିବା

କରନ୍ତି କାର୍ତ୍ତିକ ବ୍ରତ!!

ହବିସିୟାଳୀଙ୍କ ହରେ କୃଷ୍ଣ ହରେ ନାମ

ସେ ନାମା ଶୁଣିଲେ ପବିତ୍ର ହୁଅଇ

ଦେହ ପ୍ରାଣ ଓ ମନ!!

ଏକାଦଶୀ କରି ସର୍ବେ

ବିଷ୍ଣୁ ଙ୍କୁ ମାଗନ୍ତି ବର

ଏ ଜନ୍ମର ପାତକ ଦୂର କର ପ୍ରଭୂ

 ନିଅ ହେ ସ୍ୱର୍ଗ ର ମାର୍ଗେ!!

କାର୍ତ୍ତିକ ପୁର୍ଣିମା ଦିନ

ଶୁଭ ମାନସି ଓଡ଼ିଆ ମାନଙ୍କ

କରିଥାନ୍ତି କେତେ ପୂର୍ଣ୍ଣ୍ୟ!!

ଆ କା ମା ବୈ

ପାନ ଗୁଆ ଖାଇ କହି

ଜଳ ର ସ୍ରୋତରେ ଡ଼ଙ୍ଗା ଭସାଇ!!

ଶୀତୁଆ ସକାଳ କୁହୁଡି 

ଦିଶେ ନାହିଁ ମୁଁହ

ଲୋକେ ଧୂନି ସେକି ହୁଅନ୍ତି

ରାସ୍ତା ରେ ବସି

ଯୋଡି କି ଯୋଡି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics